ଦେଶ

ଭିଆଇପି ଚଣ୍ଡିଗଡ଼ରେ କର୍ଫ୍ୟୁ ଭାଙ୍ଗୁଛନ୍ତି ବୋଲି କହିଲେ ଓଡ଼ିଆ ଅଫିସର

ଚଣ୍ଡିଗଡ଼: କରୋନା ପାଇଁ ଦେଶରେ ଲକାଡାଉନ ଜାରି କରାଯାଇଛି। ଏହାକୁ ଦେଶର ଅନ୍ୟ ପ୍ରାନ୍ତ ଭଳି ଚଣ୍ଡିଗଡ଼ରେ ମଧ୍ୟ ପାଳନ କରାଯାଉଛି। ହେଲେ ଚଣ୍ଡିଗଡ଼ରେ ଭିଆଇପିମାନେ କର୍ଫ୍ୟୁ ନିୟମକୁ ଆଦୌ ପାଳନ କରୁନାହାନ୍ତି।

ଆଜି ଏଭଳି ବୟାନ ଦେଇ ଚଣ୍ଡିଗଡ଼ର ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବା ଓଡ଼ିଆ ଅଫିସର ମନୋଜ କୁମାର ପରିଡ଼ା କ୍ଷୋଭ ପ୍ରକାଶ କରିଛନ୍ତି। ଚଣ୍ଡିଗଡ଼ର ବରିଷ୍ଠ ସରକାରୀ ଅଫିସର ଶ୍ରୀ ପରିଡ଼ା ଟ୍ୱିଟ କରି କହିଛନ୍ତି, “ଭିଆଇପିମାନେ ଯେଉଁଭଳି ଭାବେ କର୍ଫ୍ୟୁ ନିୟମ ଭାଙ୍ଗୁଛନ୍ତି ଏହା ଚଣ୍ଡିଗଡ଼ର ନାଁ ଖରାପ କରୁଛି।

ସେମାନଙ୍କୁ ଲଜ୍ଜା ଲାଗିବା କଥା। ସେମାନଙ୍କୁ ସର୍ବସାଧାରଣେ ଅପମାନିତ କଲେ ବୋଧେ ଠିକ ହେବ। ଆମେ ଆସନ୍ତାକାଲି ଠାରୁ କର୍ଫ୍ୟୁ ନିୟମ ଭାଙ୍ଗୁଥିବା ଭିଆଇପିମାନଙ୍କର ନାଁ ଓ ପଦ ସାର୍ବଜନୀନ କରିବୁ। ସେମାନେ ସକାଳେ ଓ ସନ୍ଧ୍ୟାରେ ୱାକ କରୁଛନ୍ତି।

ଆହୁରି ପଢ଼ନ୍ତୁ

କର୍ଫ୍ୟୁ ଲାଗିଥିଲେ ହେଁ ଏହାକୁ ଖାତିର କରୁନାହାନ୍ତି। ମୁଁ ସମସ୍ତୁ ସତର୍କ କରାଇ ଦେଉଛି। ଆପଣମାନେ ଜାଣିଛନ୍ତି କି ଭିଆଇପିର ଫୁଲ ଫର୍ମ କ’ଣ। ଭେରି ଇଡୋଟିକ ପର୍ସନ।”

ତେବେ ଆପ ବିଧାୟକ କନୱର ସାନ୍ଧୁ ଏହି ଆଇଏଏସ ଅଫିସରଙ୍କ ଟ୍ୱିଟକୁ ଠିକ ନୁହେଁ ବୋଲି କହିଛନ୍ତି। ସେ କହିଛନ୍ତି, “ସଭ୍ୟ ସମାଜରେ ନେମିଂ ଓ ଶେମିଂ ବୋଲି କିଛି ନଥାଏ। ସଭ୍ୟ ସମାଜନରେ ଏହି ନିୟମକୁ ପାଳନ କରାଯାଏ ନାହିଁ। ଉଲ୍ଲଙ୍ଘନକାରୀଙ୍କୁ ଦଣ୍ଡ ଦେବାକୁ ଆଇନ ଆଣନ୍ତୁ ଓ ସେମାନଙ୍କୁ ଦଣ୍ଡ ଦିଅନ୍ତୁ।”

ଚଣ୍ଡିଗଡ଼ରେ କରୋନା ବ୍ୟାପୁଥିବାରୁ ଏହାକୁ କେନ୍ଦ୍ର ସରକାର ରେଡ ଜୋନରେ ରଖିଛନ୍ତି। ଏହା ସତ୍ତ୍ୱେ ଭିଆଇପିମାନେ ନିୟମ ଭାଙ୍ଗୁଥିବାରୁ ଶ୍ରୀ ପରିଡ଼ା କ୍ଷୋଭ ପ୍ରକାଶ କରିଛନ୍ତି। ଉଲ୍ଲଙ୍ଘନକାରୀଙ୍କ ନାଁ ସେ ପୁଲିସ୍‌ ଠାରୁ ମାଗିଛନ୍ତି। ଏହାକୁ ସେ ସୋଶାଲ ମିଡିଆରେ ପୋଷ୍ଟ କରିବେ ବୋଲି ମଧ୍ୟ କହିଛନ୍ତି।

ସୂତ୍ର ଅନୁସାରେ ଏହି ଭିଆଇପିଙ୍କ ମଧ୍ୟରେ ଅନେକ ରାଜନେତା ଓ ପ୍ରଶାସନିକ ଅଧିକାରୀ ରହିଛନ୍ତି। ଏମାନେ ସକାଳୁ ସକାଳୁ ଏକାଠି ହୋଇ ମର୍ଣ୍ଣି ୱାକ କରୁଛନ୍ତି। ସେହିପରି ସନ୍ଧ୍ୟା ବେଳେ ବି ଇଭିନିଂ ୱାର୍କରେ ଲାଗି ପଡ଼ୁଛନ୍ତି।

[ad_2]
Show More
Back to top button