

ସତ୍ୟଶିଖା (କଟକ )୦୩ /୧୧ /୨୦୨୧: କଟକରୁ ପୁଣି ଜବତ ହେଲା ବେଆଇନ ବାଣ । ସ୍ଥାନୀୟ ଗୋପାଳ ସାହିରେ ଚଢ଼ାଉ କରି ବିଡ଼ାନାସି ପୋଲିସ ବିପୁଳ ପରିମାଣର ବାଣ ଜବତ କରାଯାଇଛି । ଜବତ ହୋଇଥିବା ବାଣର ଅନୁମାନିକ ମୂଲ୍ୟ 5 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ।
ଏହାସହ ବାଣ ରଖିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଅଟକ ରଖିଛି । ସମ୍ପୁକ୍ତ ବ୍ୟକ୍ତି ଜଣକ ବିଭିନ୍ନ ସ୍ଥାନରୁ ଏହି ବାଣ ଆଣି ସେଗୁଡିକୁ କଟକ ସହରରେ ବିକ୍ରି କରିବାକୁ ଯୋଜନା କରିଥିବା ପୋଲିସ ପକ୍ଷରୁ କୁହାଯାଇଛି ।
ଏଠାରେ କହିରଖିବାକୁ ଚାହୁଁ ଯେ, ସରକାର ସବୁଜ ବାଣ ବିକ୍ରି କରିବାକୁ ଅନୁମତି ଦିଆଯାଇଛି । ବାଣ ଦୋକାନୀ ପୋଲିସ ଠାରୁ ଅନୁମତି ନେଇ ସବୁଜ ବାଣ ବିକ୍ରି କରିପାରିବେ । କେବଳ ରାତି 8 ରୁ 10 ଟା ଦୁଇ ଘଣ୍ଟା ବାଣ ଫୁଟାଇ ପାରିବେ ଲୋକେ ।