ଦେଶନ୍ୟୁଜ୍ମନୋରଞ୍ଜନସିନେମା

ଅଭିନେତା ୟୁସୁଫ୍ ହୁସେନଙ୍କ ଦେହାନ୍ତ

ସତ୍ୟଶିଖା(ନୂଆଦିଲ୍ଲୀ )୩୦.୧୦ .୨୦୨୧: ପୁଣି ମନୋରଞ୍ଜନ ଦୁନିଆରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଆଉ ଏ ଦୁନିଆରେ ନାହାଁନ୍ତି ଅଭିନେତା ୟୁସୁଫ୍ ହୁସେନ୍ । ତାଙ୍କର ଦେହାନ୍ତ ହୋଇଛି । ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ହଂସଲ ମେହାତା ।

ୟୁସୁଫ୍ ତାଙ୍କର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରିବାର କୌଣସି ସୁଯୋଗ ହାତ ଛଡା କରୁ ନଥିଲେ । ସୁଯୋଗ ପାଇବା ମାତ୍ରେ ସେ ନିଜର ଅଭିନୟର ଜଲଓ୍ବା ଦେଖାଉଥିଲେ । ସେ ଫିଲ୍ମ’ବିବାହ’, ‘ ଧୁମ୍ ୨’,ଖୋୟା ଖୋୟା ଚାନ୍ଦ’ ଭଳି ଆଉ କିଛି ଫିଲ୍ମରେ ମଧ୍ୟ କାମ କରିଥିଲେ । ତେବେ ତାଙ୍କର ମୃତ୍ୟୁ ଖବର ପାଇବା ପରେ, ଇଣ୍ଡଷ୍ଟ୍ରକୁ ଏକ ଶକ୍ତ ଝଟକା ଲାଗିଛି । ତାଙ୍କ ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ଅନେକ ବଲିଉଡ କଳାକାର, ଶୋକ ବ୍ୟକ୍ତ କରୁଛନ୍ତି ।

Show More
Back to top button