ଦେଶନ୍ୟୁଜ୍ସ୍ୱାସ୍ଥ୍ୟ

ଶହେ କୋଟି ଟିକା କ୍ଲବରେ ଏଣ୍ଟ୍ରି କଲା ଭାରତ

ସତ୍ୟଶିଖା(ନୂଆଦିଲ୍ଲୀ )୨୨.୧୦ .୨୦୨୧: ଶହେ କୋଟି ଟିକା କ୍ଲବରେ ଏଣ୍ଟ୍ରି କରିଛି ଭାରତ। ଗୁରୁବାର କୋଭିଡ୍‌ ଦୈନିକ କେସ୍‌ ୧୮,୪୫୪କୁ ବୃଦ୍ଧି ପାଇଥିବା ବେଳେ ଟିକାକରଣ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ଛୁଇଁଛି ଭାରତ।  କୋଭିଡ୍‌ ଟିକା ପ୍ରଦାନରଗତ ଜୁନ୍ ମାସରେ ଏକ ବିଲିୟନ ଡୋଜ୍‌ ମାର୍କ ଛୁଇଁଥିଲା ଚୀନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି  ରାମ ମନୋହର ଲୋହିଆ ହସ୍ପିଟାଲ ପରିଦର୍ଶନ କରି ଡାକ୍ତରଖାନା ଅଧିକାରୀଙ୍କ ସହ ଆଲୋଚନା  କରିଥିଲେ।

ଟିକାକରଣ କ୍ଷେତ୍ରରେ ଭାରତ ପାଇଁ ଐତିହାସିକ ଦିନ ବୋଲି ମୋଦି ଟ୍ୱିଟ୍ କରିଛନ୍ତି। ମୋଦି କହିଛନ୍ତି ଯେ, ଭାରତୀୟ ବିଜ୍ଞାନ ପାଇଁ ଆଜି ହେଉଛି ଏକ ବିଜୟର ଦିନ।  ୧୦୦ କୋଟି ଟିକାକରଣ ଅତିକ୍ରମ କରିଥିବାରୁ ମୁଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ମୋଦି କହିଛନ୍ତି। ଆମର ଡାକ୍ତର, ନର୍ସ ଏବଂ ଯେଉଁମାନେ ଏହି କାର୍ଯ୍ୟର ସଫଳ ରୂପାୟନ କରିଛନ୍ତି ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି ବୋଲି ମୋଦି କହିଛନ୍ତି। ଟିକାକାକରଣର ପରିଚାଳନାରେ  ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଗୁଜରାଟ ଏବଂ ମଧ୍ୟପ୍ରଦେଶର ସବୁଠୁ ଭଲ ପ୍ରଦର୍ଶନ ରହିଛି।

NITI ଆୟୋଗର ଡ. ଭି.କେ ପାଲ କହିଛନ୍ତି ଯେ ଭାରତରେ ଟିକାକରଣ ଆରମ୍ଭ ହେବାର ୯ ମାସ ମଧ୍ୟରେ ୧୦୦ କୋଟି ଡୋଜ ମାର୍କରେ ପହଞ୍ଚିବା ଦେଶ ପାଇଁ ଉଲ୍ଲେଖନୀୟ। କେନ୍ଦ୍ର  ସ୍ୱାସ୍ଥ୍ୟ ମନ୍ତ୍ରୀ ଟ୍ୱିଟ୍‌ କରି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦକ୍ଷ ନେତୃତ୍ୱର ଫଳାଫଳ ବୋଲି ସେ  କହିଛନ୍ତି।

Show More
Back to top button