ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ ପାଇଁ ଉପକାରୀ ମହୁ

ସତ୍ୟଶିଖା(ଭୁବନେଶ୍ୱର )୨୦.୧୦ .୨୦୨୧:  ପୂଜା ଠାରୁ ଆରମ୍ଭ କରି ବ୍ୟଞ୍ଜନ ପ୍ରସ୍ତୁତି, ପୁଣି ସ୍ବାସ୍ଥ୍ୟ ଠାରୁ ଆରମ୍ଭ କରି ତ୍ବଚା  ପର୍ଯ୍ୟନ୍ତ, ଏ ସବୁଥିରେ ମହୁ ବ୍ୟବହାର କରାଯାଏ  । ଏଥିରେ ଅନେକ ଔଷଧିୟ ଗୁଣ ଭରି ରହିଛି । ଅନେକ ସ୍ବାସ୍ଥ୍ୟ ଜନିତ ସମସ୍ୟାରୁ ରକ୍ଷା କରେ ମହୁ । ଏଥିରେ ପୋଟାସିୟମ, ସୋଡିୟମ, କ୍ୟାଲସିୟମ, ଆଇରନ, ଭଳି ଅନେକ ପୋଷକ ତତ୍ବ ଭରି ରହିଛି ।  ତେବେ ଆସନ୍ତୁ ଜାଣିବା ମହୁ ବ୍ୟବହାର କରିବା ଦ୍ବାରା, କେଉଁ ସବୁ ସ୍ବାସ୍ଥ୍ୟ ଲାଭ ମିଳେ ।

-ଗଳା କୁଣ୍ଡେଇ ହେବା , ଥଣ୍ଡା ଭଳି ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ ମହୁ । ମହୁ ସହିତ ହଳଦୀ ମିଶାଇ ବ୍ୟବହାର କରିବା ଦ୍ବାରା, ଏଥିରୁ ରକ୍ଷା ମିଳିଥାଏ ।

-ଓଜନ ହ୍ରାସ କରିବାକୁ ଚାହୁଁଥିଲେ, ଖାଲି ପେଟରେ ସକାଳେ, ନଖ ଉଷୁମ ପାଣିରେ ମହୁ ସହିତ ଲେମ୍ବୁ ରସ ମିଶାଇ ସେବନ କରିବା ବହୁତ୍ ଉପକାରୀ । ଏପରି କରିବା ଦ୍ବାରା,ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।

-ଥଣ୍ଡା,କାଶ ଆଦି ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ ମହୁ । ମହୁରେ ଅଦା ରସ ମିଶାଇ ସେବନ କରିବା ଦ୍ବାରା, ଏହି ସମସ୍ୟାରୁ ରକ୍ଷା କରିବାରେ ଏହା ସହାୟକ ହୁଏ ।

-ଡାଲଚିନି ଏବଂ ମହୁରୁ ପ୍ରସ୍ତୁତ ଚା’ ପିଇବା ଦ୍ବାରା, ଅନେକ ସ୍ବାସ୍ଥ୍ୟ ଲାଭ ମିଳିଥାଏ । ଏହା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବା ସହିତ , ଶରୀରକୁ ବିଭିନ୍ନ ପ୍ରକାରର ସଂକ୍ରମଣରୁ ରକ୍ଷା କରେ ।

Show More
Back to top button