ଅପରାଧଦେଶନ୍ୟୁଜ୍

ଆଜି ସୁପ୍ରିମକୋର୍ଟରେ ଲଖିମପୁର ଖେରୀ ହିଂସା ଶୁଣାଣି

ସତ୍ୟଶିଖା(ଲକ୍ଷ୍ନୌ )୨୦.୧୦ .୨୦୨୧: ଦିନ ଗଡୁଛି ସସପେନ୍ସ ବଢୁଛି । ଉତ୍ତରପ୍ରଦେଶ ଲଖିମପୁର ଖେରୀ ହିଂସା ମାମଲାର ପର୍ଦ୍ଦାଫାସ ହୋଇପାରୁନାହିଁ । ଘଟଣାର ଆଜି ସୁପ୍ରିକୋର୍ଟରେ ଶୁଣାଣି ହେବ । ପ୍ରଧାନ ବିଚାରପତି ଏନ.ଭି ରମନାଙ୍କ ଅଧକ୍ଷତାରେ ଜଷ୍ଟିସ ସୂର୍ୟ୍ୟକାନ୍ତ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ବିଚାର କରିବେ। ଅକ୍ଟୋବର ୩ରେ ଲଖିମପୁର ଖେରୀ ଜିଲ୍ଲା ତିକୁନାଆରେ କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ଗାଡି ମାଡି ଯାଉଥିଲା । ଫଳରେ ଅକାଳରେ ୮ଜଣଙ୍କର ମୃତ୍ୟୁ ହୋଇଥିଲା । କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡି ଚାଷୀଙ୍କ ଉପରେ ଚଢିଯାଇଥିବା ଅଭିଯୋଗ ହୋଇଥିଲା । ଗାଡିରେ ଆଶିଷ ମିଶ୍ରା ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ମାମଲାର ସିବିଆଇ ତଦନ୍ତ ପାଇଁ ଦାବି ଜୋର ଧରିଥିଲା । ସୁପ୍ରିମକୋର୍ଟ ନିଜ ଆଡୁ ମାମଲା ରୁଜୁ କରିଥିଲେ । ଗତ ୮ ତାରିଖରେ ୟୁପି ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଥିଲେ ସୁପ୍ରିମକୋର୍ଟ ।ଘଟଣାକୁ ନେଇ ରାଜନୀତି ଜୋର ଧରିବାକୁ ଲାଗିଲା । ରାଜରାସ୍ତାକୁ ଓହ୍ଲାଇଲେ ବିଭିନ୍ନ ରାଜନୈତିକ ଦଳ । ଘଟଣାରେ ଆଶିଷଙ୍କୁ ଥାନାରେ ହାଜର ହେବା ପାଇଁ କୁହାଯିବା ପରେ ତାଙ୍କୁ ପାଖାପାଖି ୧୨ ଘଣ୍ଟା ଜେରା କରିଥିଲା । ଅକ୍ଟୋବର ୯ ତାରିଖରେ ତାଙ୍କୁ ଗିରଫ କରିଥିଲା ୟୁପି ପୋଲିସ । ଏ ପର୍ୟ୍ୟନ୍ତ ଆଶିଷଙ୍କୁ ମିଶାଇ ୫ ଜଣଙ୍କୁ ଗିରଫ କରାଯାଇଛି ।

 

COMMENTS

Show More
Back to top button