ଅପରାଧନ୍ୟୁଜ୍ରାଜ୍ୟ

କାର ଭିତରେ ମମିତାଙ୍କୁ ଗୋବିନ୍ଦ କରିଥିଲା ହତ୍ୟା!, ସ୍ୱୀକାର କଲା ଦୋଷ

ସତ୍ୟଶିଖା(ଭୁବନେଶ୍ୱର )୨୦.୧୦ .୨୦୨୧:  ମହାଲିଙ୍ଗି ମିଷ୍ଟ୍ରିରେ ପୁଣି ଆଉ ଏକ ବଡ଼ ଖବର ସାମନାକୁ ଆସିଛି । କାର ଭିତରେ ହିଁ ମମିତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଓଡି-୦୮କେ- ୧୦୦୨ ନମ୍ବର ବିଶିଷ୍ଟ କାରରେ ହିଁ ହତ୍ୟା କରାଯାଇଥିବା ସୂଚନା ମିଳିଛି ।  ଗତ ୮ ତାରିଖରେ ମମିତାଙ୍କୁ କାରରେ ନେଇ ଆସିଥିଲା ଗୋବିନ୍ଦ ସାହୁ । କାର ଭିତରେ ହିଁ ମମିତାଙ୍କ ସହ ଗୋବିନ୍ଦର ବଚସା ହୋଇଥିଲା ।  ବଚସା ପରେ କାରରେ ମମିତାଙ୍କୁ ଗୋବନ୍ଦ ହତ୍ୟା କରିଥିବା ସୂଚନା ମିଳିଛି ।  ହତ୍ୟା ପରେ ୮ ତାରିଖ ବିଳମ୍ବିତ ରାତିରେ ମୃତଦେହକୁ ପୋତା ଯାଇଥିଲା ।  ୧୪ ତାରିଖରେ କାରକୁ ଜବତ କରିଥିଲା ପୁଲିସ । ଜବତ କାରରୁ ଗୋଟିଏ ପାଉଁଜି ଓ ପେଟ୍ରୋଲ ଜାର ମିଳିଥିଲା ।  ଗତକାଲି ମିଳିଥିବା ମୃତଦେହ ନିକଟରୁ ଗୋଟିଏ ପାଉଁଜି ମିଳିଥିଲା ।  ତେବେ ୬ ତାରିଖରେ ହିଁ ଗାତ ଖୋଳାଯାଇଥିବା ସୂଚନା ମିଳିଛି ।  ତେଣୁ ମମିତାଙ୍କୁ ହତ୍ୟା ନେଇ ପୂର୍ବରୁ ଗୋବିନ୍ଦ ଯୋଜନା କରିଥିଲା ।
ଗୋବିନ୍ଦ ସାହୁ ଅପରାଧ ସ୍ୱୀକାର କରିଥିବା ସୂଚନା ମିଳିଛି  । ଜେରା ବେଳେ ପୁଲିସ ଆଗରେ ଗୋବିନ୍ଦ ସାହୁ ମମିତାଙ୍କୁ  ହତ୍ୟା କରିଥିବା ସୂଚନା ମିଳିଛି । ଗୋବିନ୍ଦ ସାହୁଙ୍କ ସମେତ ୪ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି  । ପୁଲିସର ଘନ ଘନ ଜେରା ପରେ ଗୋବିନ୍ଦ ମମିତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିବା ସୂଚନା ମିଳିଛି  ।  ଗୋବିନ୍ଦଙ୍କ ସହଯୋଗୀ ରାଧେ, ଜେସିବି ଡ୍ରାଇଭର ଓ ଷ୍ଟାଡିୟମ ମୁନସିଙ୍କୁ ଅଟକ ରଖାଯାଇଛି ।
Show More
Back to top button