ନ୍ୟୁଜ୍ରାଜ୍ୟ

ଜଗା ଦର୍ଶନ ପାଇଁ ବଡଦାଣ୍ଡରେ ଅସମ୍ଭାଳ ଭିଡ, ଦୀର୍ଘ ସମୟ ଧରି ଠିଆ ହେବାକୁ ପଡିବାରୁ ଭକ୍ତଙ୍କ ମନରେ ଅସନ୍ତୋଷ

ସତ୍ୟଶିଖା ( ପୁରୀ )୧୮/୧୦ /୨୦୨୧: ଜଗା ଦର୍ଶନ ପାଇଁ ବଡଦାଣ୍ଡରେ ଲାଗିଛି ଭକ୍ତଙ୍କ ଲମ୍ବା ଧାଡି । ରବିବାର ଶ୍ରୀମନ୍ଦିର ବିଶୋଧନ ପାଇଁ ସାଧାରଣ ଦର୍ଶନ ବନ୍ଦ ଥିବାରୁ ସୋମବାର ଶ୍ରୀକ୍ଷେତ୍ରରେ ଏଭଳି ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । କୋଭିଡ୍ କଟକଣା ମାନି ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ସୋମବାର କିନ୍ତୁ ଦୀର୍ଘ ସମୟ ଧରି ଭକ୍ତଙ୍କୁ ଧାଡିରେ ଠିଆ ହେବା ପାଇଁ ପଡିଥିଲା । ଯାହାକୁ ନେଇ ଭକ୍ତଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି।

ସୋମବାର ସକାଳୁ ମରଚିକୋଟ ଛକଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଭକ୍ତଙ୍କ ଲମ୍ବା ଲାଇନ୍ ଲାଗିଥିବା ବେଳେ କୋଭିଡ୍ କଟକଣାର ଧଜିଆ ଉଡିଯାଇଥିଲା। ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ କୋଭିଡ୍ କଟକଣା ନେଇ ସଚେତନ କରାଇବା ଦାୟିତ୍ବ ପ୍ରଶାସନର ଥିଲେ ମଧ୍ୟ କୌଣସି ଅଧିକାରୀ କିମ୍ବା ପୋଲିସ କର୍ମଚାରୀଙ୍କ ଉପସ୍ଥିତି ଏଠାରେ ଦେଖିବାକୁ ମିଳିନଥିଲା। ତେବେ ଏଭଳି ଭିଡ ସହ ସାମାଜିକ ଦୂରତା ନରଖିଲେ କୋଭିଡ୍ ସଂକ୍ରମଣ ବ୍ୟାପିବା ସୁନିଶ୍ଚିତ ବୋଲି ଭକ୍ତମାନେ ମତ ରଖିଛନ୍ତି ।

Show More
Back to top button