ନ୍ୟୁଜ୍ରାଜ୍ୟ

ବରିଷ୍ଠ ଆଇଏଏସ୍‌ ରାଜ କୁମାର ଶର୍ମାଙ୍କୁ ମିଳିଲା ବଡ଼ ଦାୟିତ୍ୱ, କୃଷି କମିଶନର ସହ ସମ୍ଭାଳିବେ ସ୍ୱାସ୍ଥ୍ୟ ସଚିବ ଦାୟିତ୍ୱ

ସତ୍ୟଶିଖା ( ଭୁବନେଶ୍ୱର )୧୮/୧୦ /୨୦୨୧ :  ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ରାଜ କୁମାର ଶର୍ମାଙ୍କୁ ମିଳିଲା ନୂଆ ଦାୟିତ୍ୱ । ଆଇଏଏସ୍‌ ପ୍ରଦୀପ ମହାପାତ୍ରଙ୍କ ବଦଳିପରେ ଖାଲି ପଡ଼ିଥିବା ସ୍ୱାସ୍ଥ୍ୟ ସଚିବ ଦାୟିତ୍ୱ ଏବେ ସମ୍ଭାଳିବେ ଆଇଏଏସ୍‌ ରାଜ କୁମାର ଶର୍ମା । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ରାଜ କୁମାରଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟା ପ୍ରଦାନ କରାଯାଇଛି । ଏଥି ସହ ଅତିରକ୍ତ ଭାବେ ସେ ଏହି ଦାୟିତ୍ୱ ସମ୍ଭାଳିବା ସହ କୃଷି କମିଶନର ଦାୟିତ୍ୱ ମଧ୍ୟ ସମ୍ଭାଳିବେ ।

Show More
Back to top button