ନ୍ୟୁଜ୍ରାଜ୍ୟ

୨୨ରେ ମୟୂରଭଞ୍ଜ ଗସ୍ତରେ ଯିବେ ନବୀନ

ସତ୍ୟଶିଖା(ଭୁବନେଶ୍ୱର )୧୮.୧୦ .୨୦୨୧:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୨ରେ ମୟୂରଭଞ୍ଜ ଗସ୍ତରେ ଯିବେ । ଏଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ଏଥିପାଇଁ ଜିଲ୍ଲାର ୨୬ ବ୍ଲକରେ ପ୍ରସ୍ତୁତି ଜୋର ଧରିଛି ।

ଗସ୍ତବେଳେ ପ୍ରାୟ ଦୁଇ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବାର କାର୍ୟ୍ୟକ୍ରମ ପ୍ରସ୍ତୁତ ହୋଇଛି । ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନ କରି ସିଧାସଳଖ ବିଜେଡି ସପକ୍ଷରେ ଜନମତ ସୃଷ୍ଟି ପାଇଁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇଛି । ବିଜେପିର ବେଶ୍‌ ପ୍ରଭାବ ଥିବା ଏ ଜିଲ୍ଲାରେ ପଞ୍ଚାୟତ ଭୋଟକୁ ନିଜ ସପକ୍ଷରେ ନେବାକୁ ଦଳର ବହୁ ବିଧାୟକ ଓ ମନ୍ତ୍ରୀ ଆଗୁଆ ମୟୂରଭଞ୍ଜ ଯାଇ ପ୍ରସ୍ତୁତି ତଦାରଖ କରିବା ଉପରେ ଜୋର୍‌ ଦିଆଯାଇଛି ।

ଡିସେମ୍ବର ଶେଷ ସପ୍ତାହରେ ପଞ୍ଚାୟତ ଭୋଟ୍‌ ପାଇଁ ବିଜ୍ଞପ୍ତି ଜାରି ହେବାର ସମ୍ଭାବନା ରହିଛି । ତେଣୁ ତା ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାୟ ସବୁ ଜିଲ୍ଲା ଗସ୍ତ କରିବାର କାର୍ୟ୍ୟକ୍ରମ ପ୍ରସ୍ତୁତ ହୋଇଛି। ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ଭୋଟରେ ମୟୂରଭଞ୍ଜରେ ବିଜେପି ବେଶ୍‌ ଭଲ ପ୍ରଦର୍ଶନ କରିଥିଲା । ୨୦୧୯ରେ ମଧ୍ୟ ବିଜେଡି ଆଶାନୁରୂପକ ଫଳ ପାଇନି। ଏହାକୁ ଦୃଷ୍ଟିରେ ରଖି ବିଜେଡି ଏଥର ଭଲ ଫଳ ପାଇବାକୁ ଆଗୁଆ ସବୁପ୍ରକାର ପ୍ରସ୍ତୁତି ଚଳାଇଛି।

Show More
Back to top button