ଦେଶମନୋରଞ୍ଜନସିନେମା

କ୍ୟାଟ୍ରିନାଙ୍କ ସହ ସମ୍ପର୍କକୁ ନେଇ ଏମିତି କହିଲେ ଭିକି କୌଶଲ

ସତ୍ୟଶିଖା(ନୂଆଦିଲ୍ଲୀ ) ୧୮.୧୦ .୨୦୨୧: ବଲିଉଡ ଅଭିନେତା ଭିକି କୌଶଲ ଏବେ ତାଙ୍କ ଫିଲ୍ମ ସହିତ ତାଙ୍କ ରିଲେସନସିପକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି । କିଛି ଦିନରୁ ସେ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ଡେଟ କରୁଛନ୍ତି ବୋଲି ଖବର ଆସିଥିଲା । ହେଲେ ବର୍ତ୍ତମାନ୍ ଯାଏଁ ଏ ବାବଦରେ ମୁହଁ ଖୋଲି ନାହାଁନ୍ତି । ତେବେ ନିକଟରେ ଗୁଜବ ଉଠିଥିଲା ଯେ, ଦୁହିଁଙ୍କ ନିର୍ବନ୍ଧ ହୋଇ ଯାଇଛି ବୋଲି । କିନ୍ତୁ ପରେ କ୍ୟାଟ୍ରିନାଙ୍କ ଟିମ୍‌ ଏହି ରିପୋର୍ଟକୁ ଅସ୍ୱୀକାର କରିଥିଲେ। ତେବେ ବର୍ତ୍ତମାନ ଭିକି ତାଙ୍କ ଚଳଚ୍ଚିତ୍ର ‘ସର୍ଦ୍ଦାର ଉଧମ’ର ପ୍ରମୋସନରେ ବ୍ୟସ୍ତ ଥିବାରୁ ସେ ତାଙ୍କ ବ୍ୟକ୍ତିଗତ ଜୀବନର ଯୋଜନା ବିଷୟରେ ମଧ୍ୟ କହିଥିଲେ।

କେବଳ ଗଣମାଧ୍ୟମ ଯୋଗୁଁ ଭିକି ଏହି ଗୁଜବକୁ ନେଇ ସେ କହିଛନ୍ତି ଯେ ହଁ ଆଜି ନୁହେଁ ତ କାଲି ମୁଁ ବି ବିବାହ ବନ୍ଧନରେ ବାନ୍ଧି ହେବି। ଏହା ସହ କହିଥିଲେ କି ମୁଁ ମଧ୍ୟ ଖୁବ୍‌ ଶୀଘ୍ର ନିର୍ବନ୍ଧ କରିବି… ଯେତେବେଳେ ସମୟ ଆସିବ.. ଏ ବିଷୟରେ କହିବି।

ଭିକି ଓ କ୍ୟାଟ୍ରିନାଙ୍କ ମଧ୍ୟରେ ସମ୍ପର୍କକୁ ନେଇ ସେତେବେଳେ ପ୍ରଥମ ଥର ପାଇଁ ଖବର ଆସିଥିଲା ଯେତେବେଳେ, ଆମ୍ବାନୀଙ୍କ ହୋଲି ପାର୍ଟିରେ ଦୁହେଁ ମସ୍ତି କରୁଥିବା ନଜର ଆସିଥିଲେ । ଏହା ପରେ, ବେଳେବେଳେ ଭିକି କ୍ୟାଟ୍ରିନାଙ୍କ ଘରକୁ ଯାଉଥିବାର ଦେଖିବାକୁ ମିଳିଥିଲା ତ କେତେବେଳେ କେଉଁ ଇଭେଣ୍ଟରେ ଦୁହେଁ ନଜର ଆସୁଥିଲେ ।  ଆଉ କ୍ୟାଟ୍ରିନା ଶୁକ୍ରବାର ଦିନ ‘ସର୍ଦ୍ଦାର ଉଧମ’ର ସ୍କ୍ରିନିଂ ସମୟରେ ମଧ୍ୟ ପହଞ୍ଚିଥିଲେ।

ଅନ୍ୟ ପଟେ, ଭିକିଙ୍କ ଭାଇ ସନ୍ନି କୌଶଲ ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୋର ମନେ ଅଛି ଯେତେବେଳେ  ଭିକି ସକାଳେ ଜିମକୁ ଯାଇଥିଲେ, ସେତେବେଳେ ଏହି ଖବର ଆସିବା ଆରମ୍ଭ ହୋଇଥିଲା। ଏବଂ ସେ ଘରକୁ ଆସିଲେ,ମମ୍ମି ଏବଂ ଡାଡି  ତାଙ୍କୁ ମଜାଳିଆ ଢଙ୍ଗରେ ପଚାରିଲେ, ‘ଆରେ ୟାର୍ ତେର ନିର୍ବନ୍ଧ ହୋଇ ଯାଇଛି, ମିଠା ତ ଖୁଆଇ ଦେ । ତାପରେ ଭିକି କହିଥିଲେ ଯେ, ଯେମିତି ସତ ନିର୍ବନ୍ଧ ହୋଇଛି ସେମିତି ସତ ମିଠା ଖାଓ  ।

Show More
Back to top button