ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ଉପର ତଳ ସଂକ୍ରମଣ ହାର; ଆଉ ୬୧୫ ଆକ୍ରାନ୍ତ ଚିହ୍ନଟ

ସତ୍ୟଶିଖା(ଭୁବନେଶ୍ୱର )୧୩.୧୦ .୨୦୨୧:  ରାଜ୍ୟରେ ଉପର ତଳ ହେଉଛି ସଂକ୍ରମଣ ହାର । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୬୧୫ ନୂଆ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୫୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୫୮ ଜଣ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୩୨୮୮କୁ ବୃଦ୍ଧି ପାଇଥିବା ବେଳେ ୧୦୧୯୭୬୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୫୨୦୩ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୬୮ଜଣ ପଜିଟିଭ ରହିଛନ୍ତି। ରାଜ୍ୟର ଅନୁଗୁଳ ଜିଲ୍ଲାରେ ୪, ବାଲେଶ୍ୱର ୧୨, ବରଗଡ ୩, ଭଦ୍ରକ ୭, ବଉଦ ୧ ଓ କଟକ ଜିଲାରେ ୭୨ ଜଣ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ ୧, ଗଞ୍ଜାମ ୩, ଜଗତସିଂହପୁର ୮, ଯାଜପୁର ୯, ଝାରସୁଗୁଡା ୨, କେନ୍ଦ୍ରାପଡା ୧୦, କେନ୍ଦୁଝର ୩ ଓ ଖୋର୍ଦ୍ଧାରୁ ୩୨୩ ଚିହ୍ନଟ ହୋଇଛନ୍ତି । କୋରାପୁଟରେ ୪, ମୟୁରଭଞ୍ଜ ୨୮, ନୟାଗଡ ୩, ନୂଆପଡା ୩, ପୁରୀ ୧୫, ରାୟଗଡା ୧, ସମ୍ବଲପୁର ୧୯, ସୁନ୍ଦରଗଡ ୮ ଏବଂ ଷ୍ଟେଟପୁଲରୁ ୭୬ ଚିହ୍ନଟ ହୋଇଛନ୍ତି । ଦିନକରେ ୫୪୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସଂପ୍ରତି ରାଜ୍ୟରେ ୫୨୦୩ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି ।

Show More
Back to top button