

ସତ୍ୟଶିଖା ( ଭୁବନେଶ୍ୱର )୧୨/୧୦ /୨୦୨୧: ମନ୍ଦିର ଯାଇଥିଲେ ଭଗବାନଙ୍କୁ ଦର୍ଶନ କରିବାକୁ କିନ୍ତୁ ବାଟରେ ଜଗିଥିଲା କାଳ । ଚାଲିଗଲା ଜଣେ ନିଷ୍ପାପ ଶିଶୁର ଜୀବନ । ନବରଙ୍ଗପୁର ଜିଲ୍ଲା ରାଇଘର ତୁରୁଡିହି ଗାଁରେ ବାଘ ଆକ୍ରମଣରେ ଜଣେ ୬ ବର୍ଷର ନାବାଳକର ମୃତ୍ୟୁ ଘଟିଛି ।
ଛତିଶଗଡ଼ର ସିହାୱା ପାହାଡ ନିକଟସ୍ଥ ଏକ ମନ୍ଦିରକୁ ପରିବାର ସହ ମନ୍ଦିର ଯିବା ସମୟରେ ଅଚାନକ଼୍ ଏକ ଚିତାବାଘ ସେମାନଙ୍କ ଉପରକୁ ଝାମ୍ପ ମାରିଥିଲା । ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଦୌଡୁଥିବା ବେଳେ ଅମିତ୍ ବାଘ ହାବୁଡରେ ପଡି ଯାଇଥିଲେ। ବାଘ ତାଙ୍କୁ ଟାଣି ନେଇ ପାହାଡ଼ ଉପରକୁ ଚାଲି ଯାଉଥିବା ସମୟରେ ଜଙ୍ଗଲ ବିଭାଗ ଅଧିକାରୀ ଏବଂ ସିହାଞ୍ଜା ପୋଲିସ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।






