ନ୍ୟୁଜ୍

୨ ରୁ ୧୮ବର୍ଷ ବୟସ ବର୍ଗର ପିଲାଙ୍କୁ କରୋନା ଟିକା ଦେବା ନେଇ ଡିସିଜିଆଇର ଅନୁମତି

ସତ୍ୟଶିଖା ( ଭୁବନେଶ୍ୱର )୧୨/୧୦ /୨୦୨୧: ଦେଶରେ ଖୁବ ଶୀଘ୍ର ପିଲାଙ୍କୁ ଦିଆଯିବ କୋଭିଡ ଟିକା । ୨ରୁ ୧୮ ବର୍ଷର ପିଲା ନେବେ କୋଭାକ୍ସିନ । ଏନେଇ କେନ୍ଦ୍ର ସରକାରଙ୍କ ଅନୁମତି ମିଳିଛି । କୋଭାକ୍ସିନ ଟିକାକୁ ଅନୁମୋଦନ ପ୍ରଦାନ କରିଛି ଡିସିଜିଆଇ। ଏନେଇ ଖୁବ୍ ଶୀଘ୍ର ସରକାରଙ୍କ ପକ୍ଷରୁ ଜାରି ହେବ ଗାଇଡ଼ଲାଇନ । ଭାରତ ବାୟୋଟେକ୍ ପିଲାଙ୍କ ଉପରେ ଟ୍ରାଏଲ ଶେଷ କରିଛି । ପିଲାଙ୍କୁ କୋଭାକ୍ସିନ୍ ଟିକା ଦେବା ନେଇ ଫେଜ-୨ ଓ ଫେଜ-୩ ଟ୍ରାଏଲ ହୋଇଥିଲା । ଟ୍ରାଏଲ ପରେ ପିଲାଙ୍କୁ କୋଭାକ୍ସିନ୍ ଟିକା ଦେବା ନେଇ ଡ଼ିସିଜିଆଇ ଅନୁମତି ଦେଇଛି । ଖୁବଶୀଘ୍ର କରୋନାଭାଇରସକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯିବ ।

ହାଇଦ୍ରାବାଦଭିତ୍ତିକ ଭାରତ ବାୟୋଟେକ୍ ସେପ୍ଟେମ୍ବରରେ ୧୮ବର୍ଷରୁ କମ୍ ପିଲାମାନଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ କରି ଏହି ମାସ ଆରମ୍ଭରେ ଡିସିଜିଆଇକୁ ପରୀକ୍ଷାର ତଥ୍ୟ ଦେଇଥିଲା ।  ଏହି ଟିକାର ଦୁଇଟି ଡୋଜ ୨୦ଦିନର ବ୍ୟବଧାନରେ ପିଲାଙ୍କୁ ଦିଆଯିବ ।  ତେବେ ଏପର୍ଯ୍ୟନ୍ତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କରିନାହିଁ । ରିପୋର୍ଟ ଅନୁଯାୟୀ ଭାରତ ବାୟୋଟେକ ଜୁଲାଇ ୯ରେ ‘ହୁ’କୁ ଆବଶ୍ୟକ ସମସ୍ତ ଦସ୍ତାବିଜ ଦାଖଲ କରିଥିଲା ଏବଂ ପ୍ରାୟ ଜୁଲାଇ ଶେଷ ସୁଦ୍ଧା ‘ହୁ’ ସମୀକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

Show More
Back to top button