ଧର୍ମନ୍ୟୁଜ୍ରାଜ୍ୟ

ନବରାତ୍ରରେ ମାଆ କଟକ ଚଣ୍ଡିଙ୍କ ହରଚଣ୍ଡି ବେଶ

ସତ୍ୟଶିଖା(  କଟକ )୦୭.୧୦ .୨୦୨୧: ପାଖେଇ ଆସୁଛି ଦଶହରା। ଆରମ୍ଭ ହେଲାଣି ମାଆଙ୍କର ନବରାତ୍ର ପୂଜା। ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ନବରାତ୍ର ପୂଜା। ଶାରଦୀୟ ଦୁର୍ଗାପୂଜା ଅବସରରେ ବିଭିନ୍ନ ଶକ୍ତି ପୀଠରେ ଚାଲିଛି ମାଆଙ୍କ ଷୋଡଶ ଉପଚାର ପୂଜା। ଏହିକ୍ରମରେ ଆଜି ହରଚଣ୍ଡି ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ କଟକ ଚଣ୍ଡି। ନବରାତ୍ର ପୂଜା ଦୃଷ୍ଚିରୁ ମାଆଙ୍କ ପୀଠରେ ପୂର୍ବାପେକ୍ଷା ଅଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ବିଭିନ୍ନ କଟକଣା ଜାରି କରାଯାଇଛି। ଭକ୍ତଙ୍କୁ ସାମାଜିକ ଦୂରତା ସହିତ କରୋନା କଟକଣରେ ମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ମିଳୁଛି। ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ କଟକଣାର କଡ଼ା  ଯାଞ୍ଚ କରାଯାଉଛି।

ସେପଟେ ମାଆ ସମଲେଇଙ୍କ ପୀଠରେ ଆଜିଠୁ ଆରମ୍ଭ ହେଉଛି ନବରାତ୍ର ପୂଜା। ଗତକାଲି ପରି ଆଜି ମଧ୍ୟ ଧବଳମୁଖି ବେଶରେ ଦର୍ଶନ ଦେବେ ମାଆ ସମଲେଶ୍ୱରୀ। ଅଢେଇଦିନ ଦିନ ପର୍ଯ୍ୟନ୍ତ ମାଆଙ୍କୁ ଧବଳମୁଖି ବେଶ କରିବା ନେଇ ପରମ୍ପରା ରହିଛି। ଆଜିଠୁ ସ୍ୱତନ୍ତ୍ର ପୂଜା ବିଧିରେ ମାଆଙ୍କର ନବରାତ୍ର ପୂଜା ଆରମ୍ଭ ହେବ। ମାନସିକଧାରୀ ମାନେ ଦୀପଦାନ କରିବା ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

Show More
Back to top button