ନ୍ୟୁଜ୍

ଲେହରେ ଉଡିଲା ବିଶ୍ୱର ସବୁଠୁ ବଡ ଖଦି ତ୍ରିରଙ୍ଗା

ସତ୍ୟଶିଖା ( ଭୁବନେଶ୍ୱର )୦୨ /୧୦ /୨୦୨୧: ଲେହରେ ଉଡିଲା ବିଶ୍ୱର ସବୁଠୁ ବଡ ଖଦି ତ୍ରିରଙ୍ଗା । ପାହାଡର ଶିଖରରେ ଦେଖିବାକୁ ମିଳିଲା ଏହି ସର୍ବବୃହତ ଖଦି ତ୍ରିରଙ୍ଗା । ୨୨୫ ଫିଟ ଲମ୍ବ ଓ ୧୫୦ ଫିଟ ଚଉଡା ରହିଛି । ଏଥିସହ ଏହାର ଓଜନ ରହିଛି ଏକ ହଜାର କେଜି । ଏହି ବିଶାଳ ଖଦି ତ୍ରିରଙ୍ଗାକୁ ଭାରତୀୟ ସେନାର ୫୭ ଇଂଜିନିୟର ରେଜିମେଂଟ ତିଆରି କରିଛି । ଲଦାଖ ଉପରାଜ୍ୟପାଳ ଆର କେ ମାଥୁର କାଯ୍ୟକ୍ରମ ଉଦଘାଟନ କରିଛନ୍ତି ଏହି ଅବସରରେ ଭାରତୀୟ ସ୍ଥଳସେନା ମୁଖ୍ୟ ଏମଏମ ନରଭଣେ ମଧ୍ୟ ଉପସ୍ଥିତି ଥିଲେ । ସ୍ଥଳସେନା ମୁଖ୍ୟ ବତର୍ମାନ ଦୁଇ ଦିନିଆ ଲଦାଖ ଗ୍ରସ୍ତରେ ଅଛନ୍ତି ।

Show More
Back to top button