ନ୍ୟୁଜ୍ରାଜ୍ୟ

ସ୍ୱଚ୍ଛ ଭାରତ ମିଶନ ୨.୦ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ସତ୍ୟଶିଖା ( ଭୁବନେଶ୍ୱର )୦୧ /୧୦ /୨୦୨୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛ ଭାରତ ମିଶନ ୨.୦ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଦେଶର ସମସ୍ତ ସହରକୁ ଆବର୍ଜନା ମୁକ୍ତ ସହ ଜଳ ଉପଲବ୍ଧ କରିବାକୁ ଏହି ଯୋଜନା ପ୍ରସ୍ତୁତ ହୋଇଛି । ଏହି ଯୋଜନାରେ ପାଖାପାଖି ୧୦କୋଟି ୫୦ ଲକ୍ଷ ଲୋକ ଉପକୃତ ହେବେ ଓ ଏହି ଯୋଜନା ପାଇଁ ୨ ଦଶମିକ ୦୮୭ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ନିଜ ସମ୍ବୋଧନରେ ସଫେଇ କର୍ମୀଙ୍କୁ ପ୍ରଂଶସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ସ୍ୱଚ୍ଛତା ମିଶନ ଅଭିଯାନର ପ୍ରକୃତ ମହାନାୟକ ସଫେଇକର୍ମୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Show More
Back to top button