ରବିବାର ରାଶିଫଳ: କେମିତି କଟିବ ଆଜିର ଦିନ


ସତ୍ୟଶିଖା(ଭୁବନେଶ୍ୱର )୨୬.୦୯ .୨୦୨୧:
ମେଷ–ଲକ୍ଷ୍ୟ ପୂରଣ ପାଇଁ ପ୍ରଚେଷ୍ଟା ଅବ୍ୟାହତ ରଖିବେ । ପ୍ରଶଂସା ଓ କର୍ମ ପ୍ରେରଣା ମିଳିବ । ସାଙ୍ଗଠନିକ କ୍ଷେତ୍ରରେ ନେତୃତ୍ୱ ନେବେ । ସ୍ୱାସ୍ଥ୍ୟ ସମସ୍ୟା ଆସିପାରେ । ଶୁଭରଙ୍ଗ କ୍ରୀମ୍ । ଶୁଭଅଙ୍କ ୧ ।
ବୃଷ–ସ୍ୱଚ୍ଛଳତା ଓ ସମ୍ପନ୍ନତା ପ୍ରତି ଆଶାବାଦୀ ହେବେ । ଦେହ ସୁସ୍ଥରହିବ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ । ପାରସ୍ପରିକ ବୁଝାମଣା ସଠିକ୍ ରହିବ । ଦୂର ଯାତ୍ରାରେସଫଳତା ମିଳିବ । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୩ ।
ମିଥୁନ – ପରିବାରରେ ସ୍ନେହ ସହିଚ୍ଛା ପାଇବେ । ଭୂମି ସମ୍ପର୍କୀୟ ବିବାଦ ଠାରୁ ଦୂରରେ ରହିବା ହିତକର । ମନରେ ଉତ୍ସାହ ଆସିବ । କେତେକ ବିଶେଷ କାର୍ଯ୍ୟ ସହଜରେ ହାସଲ କରିପାରିବେ । ଶୁଭରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।
କର୍କଟ–ଜୀବନ ଶୈଳୀରେ ବ୍ୟତିକ୍ରମ ସାଧାରଣ ସ୍ୱାସ୍ଥ୍ୟ ଭଙ୍ଗର କାରଣ ହେବ । ସମସ୍ୟା ସମାଧାନ, ଆର୍ଥିକ ଉନ୍ନତି, ସନ୍ତାନ ସୁଖ ଓ ପରୋପକାର କରି ଆତ୍ମସନ୍ତୋଷ ପାଇବେ । ପତିତ ଅର୍ଥ ଉଦ୍ଧାର ପାଇଁ ପ୍ରଚେଷ୍ଟା ଆବଶ୍ୟକ । ଶୁଭରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।
ସିଂହ –ବୌଦ୍ଧିକ କାର୍ଯ୍ୟରେ ଅଧ୍ଚଳ ସଫଳତା ମିଳିବ । ଜିଦ ଓ କ୍ଷଣକୋପ ଯୋଗୁ ପାରିବାରିକ ଅଶାନ୍ତି ଆସିବ । ଉଚ୍ଚ ବର୍ଗ ସହିତ ସୁସମ୍ପର୍କ ରହିବ । ଗୃହ ଉପକରଣ କ୍ରୟ କରିବେ । ଗୁରୁଜନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାଜନକ ହେବ । ଶୁଭରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।
କନ୍ୟା–ଘାତଚନ୍ଦ୍ର ଭୋଗ ହେତୁ ଦିନଟି ଅଶୁଭ ଫଳଦାୟକ ହୋଇପାରେ । କାର୍ଯ୍ୟ ଉପଲକ୍ଷେ ଧନବ୍ୟୟ ଏବଂ ସାମାଜିକ ପ୍ରତିଷ୍ଠା ଲାଭ ହେବ । ଦୂର ଯାତ୍ରାରେ କ୍ଷତି ହୋଇପାରେ । ଶୁଭରଙ୍ଗ ମେରୁନ୍ । ଶୁଭ ଅଙ୍କ ୯ ।
ତୁଳା–ନିର୍ମାଣମୂଳକ କାର୍ଯ୍ୟରେ ଅହେତୁକ ବିଳମ୍ବ ମନକୁ ଭାରାକ୍ରାନ୍ତ କରିବ । ପାରିବାରିକ କ୍ଷେତ୍ରରେ ସମନ୍ୱୟ ରକ୍ଷା କରିପାରିବେ । ସାମୟିକ ଭାବରେ ବିଶୃଙ୍ଖଳି ତସ୍ଥିତି ଆସିବ । ଶୁଭରଙ୍ଗ ଧୂସର । ଶୁଭ ଅଙ୍କ ୫ ।
ବିଛା–କଲ୍ୟାଣଚନ୍ଦ୍ର ଭୋଗ ହେଉଛି । କର୍ମକ୍ଷେତ୍ରରେ ଉତ୍ସାହ ଓ ଅନୁପ୍ରେରଣା ଲାଭ କରିବେ । ସରକାରୀ ସ୍ତରରୁ ଅର୍ଥାଗମଯୋଗ ଭୋଗ ହେବ । ମାନସିକ ଶାନ୍ତି ଅବ୍ୟାହତ ରହିବ । ଶୁଭରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।
ଧନୁ –ଅର୍ଥାଭାବ କାରଣରୁ କେତେକ କାର୍ଯ୍ୟ ସ୍ଥଗିତ ରଖିବାକୁ ବାଧ୍ୟ ହେବେ । ବନ୍ଧୁ, ପ୍ରିୟଜନମାନେ ସହଯୋଗ ଅବ୍ୟାହତ ରଖିବେ । ମଙ୍ଗଳ ଉତ୍ସବରେ ସକ୍ରିୟ ଅଂଶଗ୍ରହଣ କରିବେ । ଶୁଭରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।
ମକର–ସମଷ୍ଟିଗତ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରିବେ । ଆବଶ୍ୟକତା ଠାରୁ ଅଧିକବ୍ୟୟ ଭାର ମଧ୍ୟ ପଡିବ । ପରିବାରର ସଦସ୍ୟମାନେ ସହଯୋଗ ପ୍ରଦାନ କରିବେ । ଶୁଭରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।
କୁମ୍ଭ -ମାନସିକ ଦୁଃଖ ଅନୁଶୋଚନ ଲାଘବହେବ । ଦେହ ସୁସ୍ଥରହିବ । ନୂତନ ଉଦ୍ୟମକୁସଫଳକାର୍ଯ୍ୟରୂପ ଦେଇପାରିବେ । ଦୟା ଧର୍ମ, ଭାବବଢିବ । ଗୁରୁ ଦେବତା ବ୍ରାହ୍ମଣ ଭକ୍ତି ରହିବ । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୯ ।
ମୀନ – ଶୁଭ ଦିନଟିଏ । କିଛିଲୋକଙ୍କୁ ଆପଣାର କରିବେ । ଅନ୍ୟମାନଙ୍କର ପ୍ରିୟଭାଜନ ହେବେ । ପରିବାରରେ ଉତ୍ତମ ବୁଝାମଣା ରହିବ । ସାହିତ୍ୟ ଗଠନ ଓ ଆଧ୍ୟାତ୍ମିକ ରୁଚି ଅଧିକହେବ । ଶୁଭରଙ୍ଗ କଫି । ଶୁଭ ଅଙ୍କ ୫ ।