ନ୍ୟୁଜ୍

ଅପରାଜିତା ସରଙ୍ଗୀ ଜ୍ୟୋତିପ୍ରକାଶଙ୍କ ପିତା-ମାତାଙ୍କୁ ଭେଟିଲେ

ସତ୍ୟଶିଖା ( ଭୁବନେଶ୍ୱର ) ୨୩ /୦୯ /୨୦୨୧: ସାଂସଦ ଅପରାଜିତା ସରଙ୍ଗୀ ମେଧାବୀ ଛାତ୍ର ସ୍ଵର୍ଗତ ଜ୍ୟୋତିପ୍ରକାଶଙ୍କ ବାସଭବନକୁ ଯାଇଁ ତାଙ୍କ ପିତାମାତାଙ୍କୁ ଭେଟିଛନ୍ତି । ଜ୍ୟୋତିପ୍ରକାଶଙ୍କ ବାପା-ମାଆଙ୍କୁ ସାନ୍ତନା ଦେବା ସହ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ଚାରି ଦିନ ତଳେ ଅପରାହ୍ନରେ ୧୫ ବର୍ଷର ଶିଶୁଟି ଟିଉସନ ଯାଉଥିବା ବେଳେ ଡ୍ରେନ ପାଣିରେ ଭାସି ଯାଇଥିଲା । ଦୀର୍ଘ ୧୮ ଘଣ୍ଟା ପରେ ତାର ମୃତଦେହ ମିଳିଥିଲା। ବିଏମସି ଓ ରାଜ୍ୟ ସରକାରଙ୍କ ଅପାରଗତା ହେତୁ ଏହା ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ହୋଇଥିଲା । ଭୁବନେଶ୍ଵରର ମରାମତି ସହ ଶିଶୁଟିକୁ ନ୍ୟାୟ ଦାବିରେ ବିଜେପି ବିଏମସି ଅଫିସ ଘେରାଉ କରିବା ସହ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲା ।

Show More
Back to top button