ନ୍ୟୁଜ୍ରାଜନୀତି

କଳ୍ପନା ଜଳ୍ପନାର ଅନ୍ତ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଚୂଡାନ୍ତ

ସତ୍ୟଶିଖା ( ଭୁବନେଶ୍ୱର ) ୧୯/୦୯ /୨୦୨୧: ଚରଣଜିତ ପଞ୍ଜାବ ମୁଖ୍ୟମନ୍ତ୍ରୀ । ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟିବା ପରେ ଚରଣଜିତ ସିଂ ଚନ୍ନୀ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଚୂଡାନ୍ତ ହୋଇଛନ୍ତି । ଏ ନେଇ ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ ଟ୍ଵିଟ କରିଛନ୍ତି । ୪୮ ବର୍ଷୀୟ ଚରଣଜିତ ସିଂ  ୧୯୭୩ ମସିହା ଏପ୍ରିଲ ୨ରେ ପଞ୍ଜାବରେ ଜନ୍ମ ଗ୍ରହଣ କରିଥିଲ। ଅମରିନ୍ଦର ସିଂଙ୍କ ଇସ୍ତଫା ଦେବା ପରେ ହାଇ ଡ୍ରାମା ଲାଗି ରହିଥିଲା । ଅନେକ ନେତାଙ୍କ ନାମ ସାମ୍ନାକୁ ଆସିଥିଲା । ତେବେ ଚରଣଜିତ ସିଂ ମୁଖ୍ୟମନ୍ତ୍ରୀ ଭାବରେ ଚୂଡାନ୍ତ ହୋଇଛନ୍ତି ।

Show More
Back to top button