ନ୍ୟୁଜ୍ରାଜ୍ୟ

ବିବାହିତା ମହିଳାଙ୍କ ମୃତଦେହ ଅର୍ଦ୍ଧନଗ୍ନ ଅବସ୍ଥାରେ ପୋଲ ତଳୁ ମିଳିଲା

ସତ୍ୟଶିଖା ( ଢେଙ୍କାନାଳ ) ୧୧ /୦୯ /୨୦୨୧:  ବିବାହିତା ମହିଳାଙ୍କ ଗୋଡ ହାତ ବାନ୍ଧି ପୋଲତଳେ ଫିଙ୍ଗିଦେଇଛନ୍ତି କିଛି ଦୁର୍ବୃତ୍ତ ।  ଢେଙ୍କାନାଳ ପରଜଙ୍ଗ  ଥାନା ଦେଇ ଯାଇଥିବା  ୧୪୯ ନମ୍ବର ଜାତୀୟ ରାଜପଥ କଡରୁ ଜଣେ ମହିଳାଙ୍କ ମୃତଦେହ ପଡିରହିଛି ।

ଭେଜିଆ ଗାଁ ନିକଟରେ ଥିବା ଏକ ପୋଲ ତଳେ ହତ୍ୟା କରି  କେହି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ମୃତଦେହର ଗୋଡ ବନ୍ଧା ଯାଇଥିବା ବେଳେ ଏହା ଅର୍ଦ୍ଧନଗ୍ନ ହୋଇ ପଡିଥିବା ଦେଖିବାକୁ ମିଳିଛି । ତେବେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।  ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରି ରଖିଛି ।

Show More
Back to top button