

ସତ୍ୟଶିଖା(ସୋର )୯.୦୯ .୨୦୨୧: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଆଜି ୬ ଘଣ୍ଟିଆ ଖଇରା ବନ୍ଦ ଡାକରା ଦିଆଯାଇଛି। ଖଇରା ନାଗରିକ ମଞ୍ଚ ପକ୍ଷରୁ ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ଖଇରା ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ସେହିପରି ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ ରଖିବାକୁ ନାଗରିକ ମଞ୍ଚ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ଦୁଇ ମାସ ପୂରିବାକୁ ବସିଥିଲେ ମଧ୍ୟ ତାକୁ ନ୍ୟାୟ ମିଳିନାହିଁ। ଏହାର ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଥିବା ନାଗକରିକ ମଞ୍ଚ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ତଦନ୍ତ ପ୍ରକ୍ରିୟା ନ ଆଗେଇବା ଓ ଦୋଷୀ ଚିହ୍ନଟ ନ ହେବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ନାଗକରିକ ମଞ୍ଚ।