ଦେଶରାଜନୀତି

ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଲେ ବିଜେପିର ୟୁପି ନିର୍ବାଚନ ।

ସତ୍ୟଶିଖା (ନୂଆଦିଲ୍ଲୀ ) ୦୮ /୦୯ /୨୦୨୧:  ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ ଅଣ୍ଟା ଭିଡିଲା ବିଜେପି। ଦଳ ବୁଧବାର ଦେଶର ବିଭିନ୍ନ ରାଜ୍ୟରେ ହେବାକୁ ଯାଉଥିବା ନିର୍ବାଚନ ପରିଚାଳନା ନିମନ୍ତେ ପ୍ରଭାରୀଙ୍କ ନାମ ଘୋଷଣା କରିଛି। ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ୟୁପି ନିର୍ବାଚନ ପ୍ରଭାରୀ ନିଯୁକ୍ତ କରିଛି। ଏଥିରେ ତାଙ୍କୁ ଅନୁରାଗ ଠାକୁର, ସରୋଜ ପାଣ୍ଡୟ ଓ ଅର୍ଜୁନ ରାମ ମେଘୱାଲ ସହ ନିର୍ବାଚନ ପ୍ରଭାରୀ ଭାବେ ସହଯୋଗ କରିବେ। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରାଳୟ ଦାୟିତ୍ୱ ବଦଳେ ଧର୍ମେନ୍ଦ୍ରଙ୍କୁ ନିକଟରେ ଶିକ୍ଷାମନ୍ତ୍ରୀ ପଦରେ ନୂତନ ନିଯୁକ୍ତି ମିଳିଛି। ଏଥିରେ ଧର୍ମେନ୍ଦ୍ରଙ୍କୁ ନେଇ ବିରୋଧୀ ମହଲରେ ଉପୁଜିଥିବା ସନ୍ଦେହ ଏବେ ଦୂରିଭୂତ ହୋଇଛି। ଦଳ ଓ ପ୍ରଧାନମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଉପରେ ଏବେବି ପ୍ରାଧାନ୍ୟ ଦେଉଥିବା ତାଙ୍କୁ ନିର୍ବାଚନ ପ୍ରଭାର ଦାୟିତ୍ୱ ପ୍ରଦାନରୁ ସ୍ପଷ୍ଟ ହୋଇଯାଇଛି।

ସେହିପରି ଉତ୍ତରାଖଣ୍ଡ ଲାଗି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ନିର୍ବାଚନ ପ୍ରଭାର ନିଯୁକ୍ତ କରାଯାଇଥିବା ବେଳେ ଲୋକସଭା ସାଂସଦ ଲୋକେଟ୍ ଚାର୍ଜୀ ଓ ସର୍ଦାର ଆର.ପି. ସିଂହଙ୍କୁ ତାଙ୍କ ସହଯୋଗୀ ନିଯୁକ୍ତ କରାଯାଇଛି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ମଣିପୁର ଲାଗି ନିର୍ବାଚନ ପ୍ରଭାରୀ ନିଯୁକ୍ତ ହୋଇଥିବା ବେଳେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ଶେଖାବତ ପଞ୍ଜାବ ଓ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଗୋଆ ଲାଗି ନିର୍ବାଚନ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି।

Show More
Back to top button