ରାଜ୍ୟ

ବିଧାନସଭାରେ ଉଠିଲା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ

ସତ୍ୟଶିଖା(ଭୁବନେଶ୍ୱର )୭.୦୯ .୨୦୨୧:  ମୂର୍ତ୍ତି ଉଚ୍ଚତା ବୃଦ୍ଧି ଓ ତିନି ପାର୍ଶ୍ୱରୁ ପରଦା ଉଠାଇବା ନେଇ ଆଜି ଗୃହରେ ଉଦବେଗ ପ୍ରକାଶ ପାଇଛି । ପ୍ରଶ୍ନକାଳ ସରିବା ପରେ ପୂଜା କଟକଣା ନେଇ ଦାବି ଉଠାଇ କଂଗ୍ରେସ ବିଧାୟକଙ୍କ ଗୃହରେ ହୋହାଲ୍ଲା କରିଛନ୍ତି । ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟ ପ୍ରତିବାଦ କରିଛନ୍ତି । ଫଳରେ ୧୦ମିନିଟ ପାଇଁ ବିଧାନସଭା ମୂଲତବୀ ରଖିଥିଲେ ବାଚସ୍ପତି । ଗଣେଷ ପୂଜାକୁ ନେଇ ଜାରି କରାଯାଇଥିବା କଟକଣାକୁ ନେଇ ସବୁଠି ପ୍ରତିବାଦ କରାଯାଇଛି ।
କରୋନା କଟକଣାକୁ କୋହଳ କରାଯାଇଥିବା ବେଳେ କାହିଁକି ପୂଜା ବେଳେ ଏମିତି କଟକଣା ରଖାଯାଇଛି ବୋଲି ସମସ୍ତେ ଏହାକୁ ପ୍ରତିବାଦ କରିଛନ୍ତି । ଆଲୋଚନା କାଳରେ ଉଦବେଗ ପ୍ରକାଶ କଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ୧୦୦୦ ବର୍ଷର ସହର କଟକ। ସରକାରଙ୍କ ଗାଇଡ଼ଲାଇନ ରେ ଧର୍ମୀୟ ଭାବନାକୁ କୁଠାରଘାତ କରାଯାଇଛି। ପରଦା ହଟାଇବା ସହିତ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ପାଇଁ ଦାବି । କଟକ ସହିତ ସାରା ଓଡିଶା ପାଇଁ କଟକଣା ହଟୁ। ବାଚସ୍ପତିଙ୍କ ରୁଲିଂ ଦାବି କଲେ ମୋକିମ । ସମାନ ଦାବି କଲେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ।

Show More
Back to top button