ରାଜ୍ୟ

ଆଜି ବୌଦ୍ଧ ବନ୍ଦ

ସତ୍ୟଶିଖା(ବୌଦ୍ଧ )୬.୦୯ .୨୦୨୧: ବିଭିନ୍ନ ଦାବି ନେଇ ଆଜି ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବୌଦ୍ଧ ବନ୍ଦ ଡାକରା ଦିଆଯାଇଛି।   ଫଳରେ ଦୋକାନ ବଜାର,ଗାଡ଼ି ଚଳାଚଳ ସମେତ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକ ବନ୍ଦ ରହିଛି। ବିଭିନ୍ନ ଛକରେ କଂଗ୍ରେସ ଦଳର ନେତା ଓ କର୍ମୀ ପିକେଟିଂ କରୁଥିବା ବେଳେ ଆଇନଶୃଂଖଳା ପରିସ୍ଥତିକୁ ଦୃଷ୍ଟିରେ ରଖି ପୁଲିସ ମୁତୟନ କରାଯାଇଛି। ବୌଦ୍ଧ ଜିଲ୍ଲାକୁ ସମ୍ୱଲପୁର ରାଜସ୍ୱ ଡିଭିଜନରେ ସାମିଲ, ଜିଲ୍ଲାରେ ଆଉ ଏକ ସବ୍‌ଡିଭିଜନ ଗଠନ, ଜିଲ୍ଲା ପରିଷଦ ସଂଖ୍ୟା ୯ରୁ ୧୮କୁ ବୃଦ୍ଧି, ବ୍ଲକ ପୁନଃ ଗଠନ କରି ମନମୁଣ୍ଡା, ବାଉଁଶୁଣୀ ଓ ବଘିଆପଡ଼ାକୁ ନୂତନ ବ୍ଲକ ଘୋଷଣା, ଗ୍ରାମ ପଞ୍ଚାୟତ ସଂଖ୍ୟା ୬୯ ରୁ ୧୨୧କୁ ବୃଦ୍ଧି କରିବାକୁ ଦାବି କରାଯାଇଛି।

Show More
Back to top button