

ସତ୍ୟଶିଖା ( ବ୍ରହ୍ମପୁର ) ୦୩ /୦୯ /୨୦୨୧: ମଦ ଦୋକାନକୁ ବିରୋଧ କରିଛନ୍ତି ଲୋକେ । ଗୋପାଳପୁର, ଅଧି ସୋନପୁର, ପାରାଦୀପ୍, ବାଲେଶ୍ୱର, ଚାନ୍ଦିପୁର, ପୁରୀ କୋଣାର୍କ ମେରାଇନ ଡ୍ରାଇଭଠାରେ ଖୋଲିବାକୁ ଥିବା ବିଚ୍ ସେକ୍ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ତେଜୁଛି ଆନ୍ଦୋଳନ।
ଏନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଗଣରାଲି ସହ ମାନବ ସମ୍ବଳ ପଦଯାତ୍ରା କରାଯାଇଛି । ଏହା ସହ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ମଧ୍ୟ ଜଣାଯାଇଛି । ହାତରେ ପ୍ଲାକାର୍ଡ ଧରି ଆନ୍ଦୋଳନ କରିଛନ୍ତି ଭାରତୀୟ ବିକାଶ ପରିଷଦ ସଦସ୍ୟ। ମଦ ପିଇବା ଦ୍ୱାରା ଅନେକ ଲୋକଙ୍କର ଜୀବନ ଯାଉଛି, ଏଭଳି ପରିପ୍ରେକ୍ଷିରେ ଏହାକୁ ବନ୍ଦ କରିବା ନିହାତି ଜରୁରୀ।