ଟିଭିମନୋରଞ୍ଜନସିନେମା

ପ୍ରଭାସଙ୍କୁ ନେଇ ମନର କଥା କହିଲେ କ୍ରୀତି ସାନନ

ସତ୍ୟଶିଖା (ନୂଆଦିଲ୍ଲୀ   ) ୦୩ /୦୯ /୨୦୨୧: ବଲିଉଡ ଅଭିନେତ୍ରୀ  କ୍ରୀତି ସାନନକୁ କିଏ ବା ନଜାଣେ ।  ଖୁବ୍ କମ୍ ସମୟ ଭିତରେ ଇଣ୍ଡଷ୍ଟ୍ରିରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ତାଙ୍କର ଅଭିନୟକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରନ୍ତି । ହେଲେ ନିକଟରେ ଏହି ଅଭିନେତ୍ରୀ,  ଅଭିନେତା ପ୍ରଭାସଙ୍କୁ ନେଇ ନିଜ ହୃଦୟର କଥା କହିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି ।

 କ୍ରୀତି ସାନନ ଏବଂ ପ୍ରଭାସ ତାଙ୍କର ଅପକମିଙ୍ଗ୍ ଫିଲ୍ମ’ ଆଦିପୁରୁଷ’କୁ ନେଇ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି । ଯାହା ରାମାୟଣ ଉପରେ ଆଧାରିତ ଅଟେ ।  

ନିକଟରେ ଏକ ସାକ୍ଷାତକାରରେ କ୍ରୀତିଙ୍କୁ ପଚରା ଯାଇଥିଲା ଯେ, ଯଦି ତାଙ୍କୁ ସୁଯୋଗ ମିଳେ, ତ ପ୍ରଭାସ, କାର୍ତ୍ତିକ ଆର୍ଯ୍ୟନ, ଟାଇଗର ଶ୍ରଫଙ୍କ ମଧ୍ୟରୁ ସେ କାହାକୁ ବିବାହ କରିବାକୁ ଚାହିଁବେ । ତେବେ ଏହାର ସେ ଏକ ଜବରଦସ୍ତ ଯବାବ୍ ଦେଇଥିଲେ । ସେ କହିଥିଲେ ଯେ,କାର୍ତ୍ତିକଙ୍କ ସହ ଫ୍ଲଟ କରିବି,ଟାଇଗରଙ୍କ ସହ ଡେଟ କରିବି ଏବଂ ପ୍ରଭାସଙ୍କୁ ବିବାହ କରିବାକୁ ଚାହିଁବି ।

ପ୍ରକାଶ ଥାଉକି,  କ୍ରୀତି ଏବଂ ପ୍ରଭାସଙ୍କର ଅପକମିଙ୍ଗ୍ ଫିଲ୍ମ ‘ଆଦିପୁରୁଷ’ରେ ପ୍ରଭାସ ପ୍ରଭୁ ଶ୍ରୀରାମ ଏବଂ  କ୍ରୀତି ସୀତା ମାତାଙ୍କ ଭୂମିକାରେ ନଜର ଆସିବେ । ଏହା ସହିତ ରାବଣ ଭୂମିକାରେ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ନଜର ଆସିବାକୁ ଯାଉଛନ୍ତି ବୋଳଇ କୁହାଯାଉଛି ।

Show More
Back to top button