ଖେଳବିଦେଶ

ପ୍ରମୋଦ ଭଗତଙ୍କ ଏକକ ବିଭାଗରେ ବିଜୟରୁ ଅଭିଯାନ ଆରମ୍ଭ

ସତ୍ୟଶିଖା ( ଟୋକିଓ ) ୦୨ /୦୯ /୨୦୨୧ :ଟୋକିଓ ପାରାଲିମ୍ପିକ୍‌ସର ମିଶ୍ରିତ ଯୁଗଳ ବିଭାଗରେ ପରାଜିତ ହୋଇଥିବାବିଶ୍ୱର ଏକ ନମ୍ବର ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଏକକ ବିଭାଗରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ଖେଳାଯାଇଥିବା ଏସ୍‌ଏଲ-୩ ପୁରୁଷ ଏକକ ଗ୍ରୁପ-ଏ ପ୍ରଥମ ମ୍ୟାଚରେ ପ୍ରମୋଦ ନିଜର ଅନ୍ୟତମ ଭାରତୀୟ ଯୁଗଳ ଯୋଡ଼ିଦାର ମନୋଜ ସରକାରଙ୍କୁ ୨-୧ ସେଟ୍‌ରେ ପରାସ୍ତ କରିଛନ୍ତି। ପ୍ରଥମ ସେଟ୍‌କୁ ପ୍ରମୋଦ ୨୧-୧୦ରେ ଅତି ସହଜରେ ଜିତି ନେଇଥିଲେ। ଦ୍ୱିତୀୟ ସେଟ୍‌ରେ ମନୋଜ ପ୍ରତ୍ୟାବର୍ତ୍ତନ କରିଥିଲେ। ଉକ୍ତ ସେଟ୍‌କୁ ୨୩-୨୧ ସେଟ୍‌ରେ ମନୋଜ ଜିତି ୧-୧ ବରାବର କରିଥିଲେ। ନିର୍ଣ୍ଣାୟକ ସେଟ୍‌ରେ ପ୍ରମୋଦ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିବା ସହିତ ୨୧-୯ ସହଜରେ ଜିତି ନେଇଥିଲେ। ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବା ପ୍ରମୋଦ ଗୁରୁବାର ଦ୍ୱିତୀୟ ରାଉଣ୍ଡ ମ୍ୟାଚ ୟୁକ୍ରେନର ଚେର୍‌କୋଭା ଓଲେକ୍ସଜାଣ୍ଡାରଙ୍କ ସହିତ ଖେଳିବେ।

Show More
Back to top button