

ସତ୍ୟଶିଖା ( ଭୁବନେଶ୍ୱର ) ୦୧ /୦୯ /୨୦୨୧ : ସର୍ଟ ସର୍କିଟରୁ ଲାଗିଲା ନିଆଁ। ବୋଲଗଡ ବ୍ଳକର ସାନପଦର ପଞ୍ଚାୟତର ସାନପଦର ବଜାରରେ ଥିବା ଦୁଇଟି ଦୋକାନରେ ଆଜି ଅପରାହ୍ନରେ ଅଗ୍ନିକାଣ୍ଡ ହୋଇଛି । ସର୍ଟ ସର୍କିଟ ହେବା କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ ସର୍ଟ ସର୍କିଟ ଯୋଗୁଁ ଅପରାହ୍ନ ସମୟରେ ପ୍ରସନ୍ନ କୁମାର ମିଶ୍ରଙ୍କ ପୂଜା ସାମଗ୍ରୀ ଦୋକାନ ଓ ରାଜକିଶୋର ବରାଡଙ୍କ ସିମେଣ୍ଟ ଗୋଦାମରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବେଗୁନିଆ ଅଗ୍ନିଶମ ବିଭାଗର କର୍ମଚାରୀ ପହଂଚି ନିଆଁଙ୍କୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡ ଫଳରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି ।