ଦେଶ

ଦେଶରେ ଏପ୍ରିଲ ୩୦ ଯାଏ ଲକ୍‌ଡାଉନ୍‌ ବୃଦ୍ଧି, ଚର୍ଚ୍ଚାକୁ ଇନ୍ଧନ ଯୋଗାଇଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଖୁବ୍‌ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍‌ଡାଉନ୍‌ ଅବଧି ବୃଦ୍ଧି ନେଇ ଘୋଷଣା କରିବେ। ବର୍ତ୍ତମାନ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଅନୁଯାୟୀ ଏହା ଏପ୍ରିଲ ୩୦ ଯାଏ ବୃଦ୍ଧି ପାଇବ। ତେବେ ପୂର୍ବର ଲକ୍‌ଡାଉନ୍‌ ତୁଳନାରେ କୋହଳ କରାଯିବ ବୋଲି କୁହାଯାଉଛି। ଅର୍ଥନୀତିକ ସମସ୍ୟାକୁ ଦୃଷ୍ଟିରେ ରଖି ଏପରି କୋହଳ କରାଯିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ କେନ୍ଦ୍ର ସରକାର ଆସନ୍ତାକାଲି ଭିତରେ ଏନେଇ ଗାଇଡ୍‌ଲାଇନ୍‌ ଜାରି କରିବାର ଅଛି।

ଏହା ପୂର୍ବରୁ ଆଜି ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କର ଏକ ବୈଠକ ଆୟୋଜନ କରିଥିଲେ। ଭିଡିଓ କନ୍‌ଫରେନ୍ସିଂରେ ଏହି ବୈଠକ ହୋଇଥିଲା। ଲକ୍‌ଡାଉନ୍‌ ବୃଦ୍ଧି ନେଇ ଏଯାଏ କୌଣସି ଘୋଷଣା ହୋଇନି। ଏଥିରେ ଯୋଗ ଦେଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏନେଇ ପ୍ରାକ୍‌ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଲକ୍‌ଡାଉନ୍‌ ଅବଧି ବଢ଼ାଇବାକୁ ନିଷ୍ପତ୍ତି ନେବା ସ୍ୱାଗତଯୋଗ୍ୟ ପଦକ୍ଷେପ।

ଆହୁରି ପଢ଼ନ୍ତୁ

ସେ କହିଛନ୍ତି, ଭାରତର ଆଜିର ସ୍ଥିତି ବହୁତ ବିକଶିତ ଦେଶଠାରୁ ଭଲ ଅଛି। କାରଣ ଆମେ ବହୁ ଆଗରୁ ଲକ୍‌ଡାଉନ୍‌ ଜାରି କରିଥିଲେ। ଏହାକୁ ଅଟକାଇଲେ ସବୁ କିଛି ଚାଲିଯିବ। ଏହି କାରଣରୁ ଲକ୍‌ଡାଉନ୍‌ ଅବଧି ବଢ଼ାଇବାକୁ ହେବ।

ଏହା ପୂର୍ବରୁ ମୋଦି ମୁଖ୍ୟମନ୍ତ୍ରୀମାନଙ୍କ ବ୍ୟତୀତ ବିଭିନ୍ନ ରାଜନେତା ଏବଂ ବିଶେଷଜ୍ଞଙ୍କ ସହ ଆଲୋଚନା କରିଥିଲେ। ତେବେ କେନ୍ଦ୍ରର ଘୋଷଣା ପୂର୍ବରୁ ପ୍ରଥମେ ଓଡ଼ିଶା ଏବଂ ପରେ ପଞ୍ଜାବ ଲକ୍‌ଡାଉନ୍‌ ଅବଧି ବଢ଼ାଇ ସାରିଛନ୍ତି।

[ad_2]
Show More
Back to top button