ନ୍ୟୁଜ୍
ପ୍ରଧାନମନ୍ତ୍ରୀ କଲ୍ୟାଣ ସିଂହଙ୍କ ବିୟୋଗରେ ଶୋକ ପ୍ରକାଶ କଲେ


ସତ୍ୟଶିଖା ( ଭୁବନେଶ୍ୱର )୨୨/୦୮/୨୦୨୧: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ, ତଥା ବିଜେପିର ବରିଷ୍ଠ ନେତା କଲ୍ୟାଣ ସିଂଙ୍କର ପରଲୋକ । ଶନିବାର ରାତିରେ ୮୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଲକ୍ଷ୍ନୌସ୍ଥିତ ଏସ୍ଜିପିଜିଆଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ଏହାସହ ଲେଖିଛନ୍ତି, ଦୁଃଖର ଏହି ସମୟରେ ମୋ ପାଖରେ ଶବ୍ଦ ନାହିଁ । କଲ୍ୟାଣ ସିଂହ ଜଣେ ଭଲ ରାଜନେତା ହେବା ସହ ଜଣେ ଭଲ ମଣିଷ ଥିଲେ।
ବିଜେପିର ଏହି ବର୍ଷିୟାନ ନେତା ଦୁଇ ଦୁଇ ଥର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାପରେ ସେ ରାଜସ୍ଥାନ ଓ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।