ଅପରାଧଦେଶ

ବହୁ ଚର୍ଚ୍ଚିତ ସୁନନ୍ଦା ପୁଷ୍କର ହତ୍ୟା ମାମଲାରେ ଶଶି ଥରୁରଙ୍କୁ କ୍ଲିନ୍ ଚିଟ୍

ସତ୍ୟଶିଖା(ନୂଆଦିଲ୍ଲୀ ) ୧୮.୦୮ .୨୦୨୧: ବହୁ ଚର୍ଚ୍ଚିତ ସୁନନ୍ଦା ପୁଷ୍କର ହତ୍ୟା ମାମଲାରେ ତାଙ୍କ ସ୍ୱାମୀ ତଥା ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ ଆଶ୍ୱସ୍ତି ମିଳିଛି। ବୁଧବାର ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ହତ୍ୟା ମାମଲା ସଂକ୍ରାନ୍ତୀୟ ଏକ ମାମଲାର ଶୁଣାଣି କରି ଶଶି ଥରୁରୁଙ୍କୁ କ୍ଲିନ ଚିଟ୍‌ ଦେଇଛନ୍ତି। ଦୀର୍ଘ ୭ ବର୍ଷ ପରେ ସମସ୍ତ ଅଭିଯୋଗରୁ ମୁକ୍ତ ହୋଇଥିବାରୁ ସେ କୋର୍ଟଙ୍କୁ ଧନ୍ୟବାଦ ଦେଇଛନ୍ତି।

୨୦୧୪ ଜାନୁଆରି ୧୭ରେ  ଦିଲ୍ଲୀସ୍ଥିତ ଲୀଲା ପ୍ୟାଲେସ ନାମକ ଏକ ପଞ୍ଚ ତାରକା ହୋଟେଲରେ ୫୭ବର୍ଷିୟା ସୁନନ୍ଦାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇ ଥିଲା। ପ୍ରାରମ୍ଭରେ ଏହାକୁ ଏକ ଆତ୍ମହତ୍ୟା ମାମଲା ପରି ଲାଗୁଥିଲେ ମଧ୍ୟ ଅଧିକ ତଦନ୍ତ ପରେ ପୋଲିସ କାହାରି ନାମ ଉଲ୍ଲେଖ ନକରି ମଧ୍ୟ ଏହାକୁ ହତ୍ୟାକାଣ୍ଡ ବୋଲି ଚାର୍ଜସିଟରେ ଉଲ୍ଲେଖ କରିଥିଲା।

ଶଶି ଥରୁର ଓ ସୁନନ୍ଦାଙ୍କ ବିବାହ ୨୦୧୦ରେ ହୋଇଥିଲେ ମଧ୍ୟ ୨୦୧୪ ଜାନୁଆରି ୧୫ରେ ପାକିସ୍ତାନର ମେହେର ତାରାର ନାମକ ସାମ୍ବାଦିକଙ୍କ ସହ ଶଶି ଥରୁରଙ୍କ ଟୁଇଟରରେ ବାର୍ତ୍ତାଳାପ ବିବାଦର କାରଣ ପାଲଟିଥିଲା।

ଏହି ଘଟଣାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା। ସେପଟେ ପାକିସ୍ତାନୀ ସାମ୍ବାଦିକ ଶଶିଙ୍କ ସହ ତାଙ୍କ ସମ୍ପର୍କକୁ ଅସ୍ୱୀକାର କରିଥିଲେ। ଏପଟେ ଶଶି ତାଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‍ ହୋଇ ଯାଇଥିବା ଅଭିଯୋଗ କରିଥିଲେ। ତେବେ ଘଟଣାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇବା ସହ ସୁନନ୍ଦାଙ୍କ ହଠାତ୍‍ ସନ୍ଦେହଜନକ ଭାବରେ ମୃତ୍ୟୁ ହୋଇ ଯାଇଥିଲା। ଫଳରେ ଶଶି ଥରୁରଙ୍କୁ ତାଙ୍କ ପତ୍ନୀଙ୍କୁ ଆତ୍ମହତ୍ୟା କରିବା ନିମନ୍ତେ ପ୍ରୋତ୍ସାହିତ କରିଥିବା ନେଇ ଅଭିଯୋଗ ହୋଇଥିଲା।

Show More
Back to top button