ଦେଶସ୍ୱାସ୍ଥ୍ୟ

କରୋନା ପରେ ଏବେ ଡରାଇଲାଣି ଜିକା ଭାଇରସ

ସତ୍ୟଶିଖା( ପୁଣେ ) ୧୦.୦୮ .୨୦୨୧: ମହାମାରୀ କରୋନା ପରେ ଏବେ ଡରାଇଲାଣି ଜିକା ଭାଇରାସ।  ଦିନକୁ ଦିନ ଉଗ୍ର ହେଲାଣି ଏହି ଭାଇରସ। ମହାରାଷ୍ଟ୍ରରେ କରୋନା ପରେ ଜିକା ଭାଇରସ ଏବେ ଧୀରେ ଧୀରେ କାୟା ମେଲାଉଛି। ଏଠାରେ ବଢ଼ିବାକୁ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା। ପୁଣେରେ ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ପ୍ରଶାସନ ତତ୍ପର ହୋଇଉଠିଛି।  ୭୯ଟି ଗାଁରେ ଜିକା ଭାଇରସ ଆଶଙ୍କା ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିପାଇଁ ପୂରା ହାଇଆଲର୍ଟରେ ରହିଛି ସ୍ୱାସ୍ଥ୍ୟ ବିଭାଗ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ  ଏହି ଗାଁଗୁଡିକରେ ଜରୁରୀକାଳୀନ ସେବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଯଦି ଆବଶ୍ୟକ ପଡେ ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘର ଘର ବୁଲି ପରୀକ୍ଷା କରାଯିବାକୁ ମଧ୍ୟ ବ୍ୟବସ୍ଥା ହୋଇଛି।

Show More
Back to top button