ରାଜ୍ୟ
ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଆର ଭାଲ୍ୟୁ ଭଲ ଅଛି- ସିବିକେ ମହାନ୍ତି


ସତ୍ୟଶିଖା(ଭୁବନେଶ୍ୱର) ୦୨.୦୮ .୨୦୨୧: ଓଡ଼ିଶାରେ ଆର ଭାଲ୍ୟୁ ଅନ୍ୟ ରାଜ୍ୟ ତୁଳନାରେ ଭଲ ଅଛି । ଆର ଭ୍ୟାଲୁ ୧ ଉପରେ ରହିଲେ ଅଧିକ ଲୋକଙ୍କୁ ସଂକ୍ରମିତ ହୋଇଛି। ବର୍ତ୍ତମାନ ଆର ଭାଲ୍ୟୁ ୧ ପାଖାପାଖି କେତେକ ରାଜ୍ୟରେ ପହଞ୍ଚି ସାରିଛି । ଓଡିଶାରେ ଆର ଭ୍ୟାଲୁ ୧ ହୋଇନାହିଁ । ୧ ଉପରେ ରହିଲେ ସଂକ୍ରମଣ ବଢିବ ବୋଲି କହିଛନ୍ତି DMET ସିବିକେ ମହାନ୍ତି ।
ଆର ଭାଲ୍ୟୁ କମ୍ୟୁନିଟିରେ ପ୍ରତିଫଳିତ ହୋଇଥାଏ । ସେକଥା ବର୍ତ୍ତମାନ କହିବା କଷ୍ଟକର। ଚାଇନାରେ ପ୍ରଥମ ୱେଭରେ ଆର ଭ୍ୟାଲୁ ୬ ଉପରେ ଥିଲା । କିନ୍ତୁ ଭାରତରେ ଦ୍ୱିତୀୟ ୱଭେରେ ଦେଖିବାକୁ ମିଳୁନି ।
ଏହାକୁ ନେଇ ବ୍ୟସ୍ତ ହେବାର କାରଣ ନାହିଁ । ଆର ଭ୍ୟାଲୁ ହେଲେ କମ୍ୟୁନିଟିରେ କିଭଳି ପ୍ରତିଫଳିତ ହେଉଛି ତାର କାରଣ ଖୋଜା ଚାଲିଛି । ଆର ଭାଲ୍ୟୁ ହେଲେ ଅଧିକ ସଂକ୍ରମଣ ହୋଇଥାଏ କିନ୍ତୁ ତା ମାନେ ନୁହେଁ ସମସ୍ତେ ସଂକ୍ରମିତ ହେବେ । ଟିକାକରଣ, କୋଭିଡ଼ ଆପ୍ରୋପ୍ରିଏଟ ବିହେଭିଅର ଫୋଲ କରିବା ଦରକାର ।