ରାଜ୍ୟସ୍ୱାସ୍ଥ୍ୟ

ଅଗଷ୍ଟ ପାଇଁ କ’ଣ ରହିବ ନୂଆ ଗାଇଡଲାଇନ୍ ? ନୂଆ ଗାଇଡଲାଇନରେ କଟକଣା ହଟାଇବାକୁ ବିଭିନ୍ନ ମହଲରୁ ଦାବି

ସତ୍ୟଶିଖା(ଭୁବନେଶ୍ୱର) ୩୦.୦୭.୨୦୨୧:   ଅଗଷ୍ଟ ପାଇଁ କ’ଣ ହେବ ନୂଆ ଗାଇଡଲାଇନ୍ ? ରାଜ୍ୟରେ ଏବେ କଟକ ଓ ଖୋର୍ଦ୍ଧାକୁ ଛାଡିଲେ ପ୍ରାୟ ଅନ୍ୟ ସବୁ ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇବାରେ ପାଇବାରେ ଲାଗିଛି । ଜୀବନ ଓ ଜୀବିକା ମଧ୍ୟରେ ସମନ୍ୱ୍ରୟ ରକ୍ଷା କରି କିଛି କ୍ଷେତ୍ରକୁ ସ୍ୱାଭାବିକ କରିବା ପାଇଁ କଟକଣା ମୁକ୍ତ କରାଯାଇଛି । ଏହା ଭିତରେ ଅନେକ କ୍ଷେତ୍ରରେ କଟକଣା ରହିଛି । ମଲ, ସିନେମା ହଲ ଖୋଲିବାକୁ ଅନୁମତି ମିଳିନାହିଁ । ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଯାତ୍ରାକୁ ମଧ୍ୟ ଅନୁମତି ଦିଆଯାଇନାହିଁ । ରାଜ୍ୟରେ ମନ୍ଦିର ଖୋଲିବାକୁ ଦାବି ହେଲାଣି । ସେପଟେ ବିବାହ, ବ୍ରତଘର ଓ ଶୁଦ୍ଧି କାମରେ କେତେ ଲୋକେ ଯୋଗଦେବେ ସେନେଇ କଟକଣା ରହିଛି । ଜାମଜମକରେ ବିବାହ, ବ୍ରତଘର ହେଉନଥିବାରୁ ଟେଣ୍ଡ ହାଉସ ପାଖରେ କାମ ନାହିଁ । ତେଣୁ ନୂଆ ଗାଇଡଲାଇନରେ କଟକଣା ହଟାଇବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

Show More
Back to top button