ରାଜ୍ୟଶିକ୍ଷା

ଆଜିଠୁ ମାଟ୍ରିକ ଅଫଲାଇନ ପରୀକ୍ଷା

ସତ୍ୟଶିଖା(ଭୁବନେଶ୍ୱର) ୩୦.୦୭.୨୦୨୧: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ଅଫଲାଇନ ପରୀକ୍ଷା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଏହି ପରୀକ୍ଷା ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ବୋର୍ଡ ପକ୍ଷରୁ ସମସ୍ତ ପର୍ଯ୍ୟାୟ ଚୂଡାନ୍ତ ହୋଇଛି ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ପରୀକ୍ଷା ପୂର୍ବରୁ କେନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ କରାଯାଇଛି । ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ର ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଂ କରାଯିବ । ବିନା ମାସ୍କରେ ପରୀକ୍ଷା କେନ୍ଦ୍ରକୁ ବାରଣ କରାଯାଇଛି । ସେହିପରି ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ, ସ୍କାର୍ଡ ଛାତ୍ରଛାତ୍ରୀଙ୍କ ଲାଗି ମୋବାଇଲ ଫୋନ ନିଷେଦ୍ଧ ହୋଇଛି । ପରୀକ୍ଷା ସମୟରେ କୌଣସି ବ୍ୟକ୍ତିଙ୍କ ନିକଟରେ ମୋବାଇଲ ଫୋନ ରହିବ ନାହିଁ । କୋଭିଡ ଗାଇଡ ଲାଇନ ଅନୁଯାୟୀ ପରୀକ୍ଷା କରାଯିବ । ଏଥିଲାଗି ସ୍ୱତନ୍ତ୍ର କୋଭିଡ ସ୍କାର୍ଡ ଗଠନ କରାଯାଇଛି । ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର, ଓଏମଆର, ଉତ୍ତର ସିଟ, ଓଏମଆର ଆଟେଣ୍ଡାଣ୍ଟ ସିଟ ଆଦି ପରୀକ୍ଷା ସମ୍ପର୍କିୀତ ବିଭିନ୍ନ କାଗଜପତ୍ର ପହଞ୍ଚି ସାରିଛି । ରାଜ୍ୟରେ ସମୁଦାୟ ୫୦୪ଟି ସେଣ୍ଟରରେ ସମସ୍ତ କେନ୍ଦ୍ରରେ ପ୍ରଶ୍ନପତ୍ର ଓ ଓଏମଆରସିଟ ପହଞ୍ଚି ଯାଇଥିବା ବୋର୍ଡ ସଭାପତି ହାଜରା ସୂଚନା ଦେଇଛନ୍ତି । ଅଫଲାଇନ ମାଟ୍ରିକ ପରୀକ୍ଷା ସମତେ ରାଜ୍ୟ ମୁକ୍ତ ବିଦ୍ୟାଳୟ, ପତ୍ରବିନିମୟ ପାଠ୍ୟକ୍ରମର ବିଭନ୍ନ ବର୍ଗରୁ ମୋଟ ୧୫ ହଜାର ୧୫୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ଲାଗି ବ୍ୟବସ୍ଥା ରହିଛି । ପରୀକ୍ଷା ପରିଚଳାନାରେ ସ୍ୱଚ୍ଛତା ବଜାୟଳ ରଖିବା ଏବଂ କପି ରୋକିବା ଲାଗି ବୋର୍ଡ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇଛନ୍ତି । ଏଥିଲାଗି ମୋଟ ୬୦ଟି ସ୍କାର୍ଡ ଗଠନ କରାଯାଇଛି ।

ବୋର୍ଡ କର୍ତ୍ତୃପକ୍ଷଙ୍କ ୩୦ଟି ସ୍କାର୍ଡ ରହିଥିବା ବେଳେ ଅନ୍ୟ ୩୦ଟଇ ସ୍କାଡ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ୱାରା ଗଢାଯାଇଛି । ବୋର୍ଡ ପକ୍ଷରୁ ସମସ୍ତ ୫୦୪ଟି ପରୀକ୍ଷା କେନ୍ଦ୍ରରେ ନୋଡାଲ ସେଣ୍ଟର କରାଯାଇଥିବ ସୂଚନା ଦିଆଯାଇଛି । ପରୀକ୍ଷା ସୁପରିଚଳାନ ଲାଗି ପ୍ରତି ସେଣ୍ଟରରେ ଜଣେ ଲେଖାଏଁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିୟୋଜିତ କରାଯାଇଛି ।

ଚଳିତ ବର୍ଷ ଅଫଲାଇନରେ ଆସନ୍ତା ୩୦ରେ ମାତୃଭାଷା, ୩୧ରେ ଇଂରାଜୀ, ୨ରେ ଗଣିତ, ୩ରେ ବିଜ୍ଞାନ, ୪ରେ ସାମାଜିକ ବିଜ୍ଞାନ, ୫ରେ ତୃତୀୟ ଭାଷା ସଂସ୍କୃତ ଓ ହିନ୍ଦୀ ପରୀକ୍ଷା ହେବ । ଏହି ଅଫଲାଇନ ପରୀକ୍ଷା ଲାଗି ସମସ୍ତ ବର୍ଗରେ ମୋଟ ୧୫ ହଜାର ୧୧୫ଜଣ ଫର୍ମପୂରଣ କରିଛନ୍ତି । ଚଳିତ ବର୍ଷ ରେଗୁଲାରରେ ପ୍ରାୟ ୨ହଜାର ୨୪୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।

Show More
Back to top button