ଦେଶ

ଫେରିଲା ସିବିଆଇ: ଖଣି ମାଫିଆ ଛାନିଆ

ସତ୍ୟଶିଖା(ନୂଆଦିଲ୍ଲୀ) ୨୯.୦୭.୨୦୨୧: ବେଆଇନ କୋଇଲା ଖଣି ମାମଲାରେ ସିବିଆଇ ପକ୍ଷରୁ ଓଡ଼ିଶା, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶର ୧୫ଟି ସ୍ଥାନରେ ଚଢ଼ଉ କରାଯାଇଛି । ଇଷ୍ଟର୍ଣ୍ଣ କୋଲଫିଲ୍ଡ ଲିମିଟେଡର ଅଧିକାରୀମାନଙ୍କ ଘରେ ଚଢ଼ାଉ ହୋଇଛି । ସେଥିରେ କମ୍ପାନୀରେ ବର୍ତ୍ତମାନ କାର୍ଯ୍ୟ କରୁଥିବା ଜଣେ ମହାପ୍ରବନ୍ଧକ, ଅବସର ନେଇଥିବା ଜଣେ ମହାପ୍ରବନ୍ଧକ, ପ୍ରବନ୍ଧକ (ସୁରକ୍ଷା) ଇନସ୍ପପେକ୍ଟର (ସୁରକ୍ଷା) ଓ କଲିୟରି ଏଜେଣ୍ଟ ଆଦି ସାମିଲ ରହିଛନ୍ତି । ଚଢ଼ଉ ବେଳେ ୨୦ ଲକ୍ଷ ନଗଦ ଟଙ୍କା, ଗହଣା, ସମ୍ପତ୍ତି କାଗଜପତ୍ର ଆଦି ବର୍ତ୍ତମାନ କମ୍ପାନୀରେ କାର୍ଯ୍ୟ କରୁଥିବା ମହାପ୍ରବନ୍ଧକଙ୍କ ଠାରୁ ଜବତ କରାଯାଇଛି । ଅନ୍ୟ ଅଭିଯୁକ୍ତଙ୍କ ଠାରୁ ସମ୍ପତ୍ତି କାଗଜପତ୍ର, ଲକର ଚାବି ଆଦି ଜବତ ହୋଇଛି ବୋଲି ସିବିଆଇ ପକ୍ଷରୁ ସୂତନା ଦିଆଯାଇଛି । ଇଷ୍ଟର୍ଣ୍ଣ କୋଲଫିଲ୍ଡ ଲିମିଟେଡ, ଆସାନସୋଲର ଲିଜ ଅଞ୍ଚଳ ଓ ଏହାର ଆଖପାଖ ଘରୋଇ ଜମିରେ ବେଆଇନ ଖଣି ଖନନ ଓ କୋଇଲା ଚୋରି ଅଭିଯୋଗରେ ସିବିଆଇ ତରଫରୁ ୨୦୨୦ ନଭେମ୍ବରରେ ଛଅ ଜଣ ଅଭିଯୁକ୍ତ ଓ କିଛି ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଏହା ଜରିଆରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସିବିଆଇ ସନେ୍ଦହ କରୁଛି ।

Show More
Back to top button