ରାଜ୍ୟସ୍ୱାସ୍ଥ୍ୟ

ରାଜଧାନୀରୁ ପୁଣି ୩୦ ଡେଙ୍ଗୁ ରୋଗୀ ଚିହ୍ନଟ

ସତ୍ୟଶିଖା(ଭୁବନେଶ୍ୱର) ୨୮.୦୭.୨୦୨୧:  କରୋନାର ଭୟ ଭିତରେ ରାଜଧାନୀବାସୀଙ୍କୁ ଘାରିଛି ଡେଙ୍ଗୁ ଭୟ। ଆଜି ଭୁବନେଶ୍ୱରରେ ଆଉ ୩୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୪୨୧କୁ ବୃଦ୍ଧି ପାଇଛି। ଡେଙ୍ଗୁ ରୋଗୀ ଚିହ୍ନଟ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱର ପାଇଁ ସୃଷ୍ଟି ହୋଇଛି ଡବଲ୍ ଚ୍ୟାଲେଞ୍ଜ୍। ଗୋଟିଏ ପଟେ ରାଜଧାନୀରେ ଦୈନିକ କୋଭିଡ୍‌ ସଂକ୍ରମଣ ଆଖିଦୃଶିଆ ଭାବେ କମୁନଥିବା ବେଳେ ବିଏମ୍‌ସି ପାଇଁ ଏବେ ସୃଷ୍ଟି ହୋଇଛି ଡେଙ୍ଗୁ ନିୟନ୍ତ୍ରଣ ଚ୍ୟାଲେଞ୍ଜ। ରାଜଧାନୀର ନୀଳାଦ୍ରି ବିହାର ଓ ଶୈଳଶ୍ରୀ ବିହାର ଅଞ୍ଚଳରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ୱାର୍ଡ଼ ନମ୍ବର ୭, ୧୪,୧୭ ଓ ୪୨ରେ ଡେଙ୍ଗୁ ରୋଗୀ ସଂଖ୍ୟା ଅଧିକା ରହିଛି। ଦିନକୁ ୧୫ରୁ ୨୦ଟି ଡେଙ୍ଗୁ ମାମଲା ସାମ୍ନାକୁ ଆସୁଛି। ତେବେ ଏଥିପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Show More
Back to top button