ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ଡେଲଟା ଭାରିଏଣ୍ଟ ସକ୍ରିୟ , ମାସେ ପର୍ଯ୍ୟନ୍ତ ଦେହରେ ରହୁଛି

ସତ୍ୟଶିଖା(ଭୁବନେଶ୍ୱର) ୨୩.୦୭.୨୦୨୧: ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଲମ୍ବି ଚାଲିଛି । ଲକଡାଉନ, ସଟଡାଉନ ସତ୍ତ୍ୱେ ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । ରାଜ୍ୟ ସମତେ ଦେଶରେ ସଂକ୍ରମଣ ସ୍ଥିତି ସଙ୍ଗୀନ ହେବା ପଛରେ ଘାତକ ଡେଲଟା (ବି.୧.୬୧୭.୨) ଭାରିଏଣ୍ଟ ରହିଥିବା କୁହାଯାଉଛି । ଡେଲଟା ଯୋଗୁଁ ରାଜ୍ୟରେ ପଜିଟିଭ ସଂଖ୍ୟା ବଢ଼ିଥିଲା ଏବଂ ଏବେ ବି ଡେଲଟା ଭାରିଏଣ୍ଟ ସକି୍ରୟ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏ ପର୍ଯ୍ୟନ୍ତ ରାଜ୍ୟରେ ୩ ହଜାର ନମୁନାର ଜିନ ଅନୁଶୀଳନ ହୋଇଥିବା ବେଳେ ଏଥିରେ ୯୨ ରୁ ୯୩ ପ୍ରତିଶତ ଡେଲଟା ଭାରିଏଣ୍ଟ ଦେଖିବାକୁ ମିଳିଛି । ସେହିପରି ଦେଶରେ ୬୫ ହଜାର ଜିନ ଅନୁଶୀଳନରେ ୯୬ ପ୍ରତିଶତ ଲୋକ ଡେଲଟା ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ନଜରକୁ ଆସିଛି ।ଏହି ଅନୁଶୀଳନରୁ ଭୂତାଣୁରୁ ଅନ୍ୟ ପରିବର୍ତ୍ତିତ ରୂପ ବା ମୁ୍ୟଟେସନ ଦେଖିବାକୁ ମିଳିନାହିଁ । ତେଣୁ ଜିନ ଅନୁଶୀଳନକୁ ଆହୁରି ବଢ଼ାଇବାକୁ ଯୋଜନା ହୋଇଛି ।

Show More
Back to top button