ରାଜ୍ୟ

ନନ୍ଦନକାନନରେ ସିଂହୀ ବିଜଲୀ ଜନ୍ମଦେଲା ୩ ଛୁଆ, ଗୋଟିଏ ମୃତ

ସତ୍ୟଶିଖା(ବାରଙ୍ଗ) ୨୧.୦୭.୨୦୨୧:   ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦୀର୍ଘ ବର୍ଷ ପରେ ଏକକାଳୀନ ୩ଟି ଶାବକ ଜନ୍ମ ଦେଇଛି ସିଂହୀ ବିଜଲୀ । ତିନୋଟି ଶାବକ ମଧ୍ୟରେ ଗୋଟିଏ ଶାବକ ମୃତ ଅବସ୍ଥାରେ ଜନ୍ମ ହୋଇଛି  । ଗତ ତିନି ମାସ ତଳେ ସିଂହ ସମ୍ରାଟ ସହିତ ତାର ମିଳନ କରାଯାଇଥିଲା । ଏବେ ନନ୍ଦନକାନନରେ ସିଂହ ସଖ୍ୟା ୧୮କୁ ବୃଦ୍ଧିପାଇଛି । ଜନ୍ମ ଦେଇଥିବା ସିଂହୀକୁ ଗତ ବର୍ଷ ଡିସେମ୍ବର ମାସରେ ଇନ୍ଦୋର ଚିଡିଆଖାନାରୁ ନନ୍ଦନକାନନ ଅଣାଯାଇଥିଲା । ନନ୍ଦନକାନନରେ ସିଂହ ସଂଖ୍ୟା ହ୍ରାସ ହେଉଥିବାରୁ ପ୍ରଜନନ ପ୍ରକ୍ରିୟା କରାଯାଇ ଥିଲା ।

Show More
Back to top button