

ସତ୍ୟଶିଖା(ଭୁବନେଶ୍ୱର) ୧୯.୦୭.୨୦୨୧: ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ ବେସରକାରୀ ଅଫିସକୁ ତାଗିଦ୍ କରାଯାଇଛି । ଗତ ପାଞ୍ଚଦିନ ଧରି ରାଜ୍ୟରେ ସଂକ୍ରମଣ ୨ ହଜାର ଉପରକୁ ଉଠିଛି । ଗତ ଏପ୍ରିଲ ୧୨ ତାରିଖରେ ଶେଷଥର ପାଇଁ ରାଜ୍ୟରେ ସଂକ୍ରମଣ ୨ ହଜାର ତଳେ ରହିଥିଲା । ଗତ ମାସ ୧୪ ତାରିଖରୁ ଦୈନିକ ସଂକ୍ରମଣ ୩ ହଜାର ତଳକୁ ଖସିଥିବା ବେଳେ ୨ ହଜାର ତଳକୁ ଖସିବା ପାଇଁ ୨୮ ଦିନ ଲାଗିଥିଲା । ପଶ୍ଚିମ ଓଡ଼ିଶା ତୁଳନାରେ ଉପକୂଳ ଅଞ୍ଚଳରେ ସଂକ୍ରମଣ ହ୍ରାସ ପାଇଁ ଅଧିକ ସମୟ ଲାଗୁଥିବା ଦେଖାଯାଉଛି । ଆଜି ପୁଣି ସଂକ୍ରମଣ ଦୁଇ ହଜାର ତଳକୁ ହ୍ରାସ ପାଇଛି ।
ଏହା ମଧ୍ୟରେ ଆଜି ପୁଣି ୧୬୪୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୯୫୫ ଓ ସ୍ଥାନୀୟ ଅଞ୍ଚଳରୁ ୬୯୩ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୫ ହଜାର ୯୭୪ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୩୦ ହଜାର ୪୧୮ ରହିଥିବା ବେଳେ ୨୦ ହଜାର ୩୮୭ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜ କଟକ ଜିଲ୍ଲାରୁ ସର୍ବାଧିକ ୩୫୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
୪ଜିଲ୍ଲାରେ ଶହେ ଉପରେ ରହିଛି ସଂକ୍ରମଣ। କଟକରୁ ସର୍ବାଧିକ ୩୩୫, ଖୋର୍ଦ୍ଧାରୁ ୨୩୦, ଯାଜପୁରରୁ ୧୧୩, ଜଗତସିଂହପୁରରୁ ୧୧୨, ଅନୁଗୁଳରୁ ୮୯, ବାଲେଶ୍ୱରରୁ ୮୩, ଭଦ୍ରକ ଓ ମୟୂରଭଞ୍ଜରୁ ୭୭ଜଣ ଲେଖାଏଁ, ନୟାଗଡ଼ରୁ ୭୩, ପୁରୀରୁ ୬୭, ଢେଙ୍କାନାଳରୁ ୫୪, କେନ୍ଦ୍ରାପଡାରୁ ୫୦, ଷ୍ଟେଟପୁଲରୁ ୪୪, ମାଲକାନଗିରିରୁ ୩୫, ସୁନ୍ଦରଗଡ଼ରୁ ୩୩, ସମ୍ବଲପୁରରୁ ୨୪, ରାୟଗଡ଼ା ଓ କେନ୍ଦୁଝରରୁ ୨୧ଜଣ ଲେଖାଏଁ, ବରଗଡ଼ରୁ ୧୭, କନ୍ଧମାଳରୁ ୧୫, ନବରଙ୍ଗପୁରରୁ ୧୨, କଳାହାଣ୍ଡି ଓ ଗଞ୍ଜାମରୁ ୧୧ଜଣ ଲେଖାଏଁ, ସୋନପୁରରୁ ୧୦, ଝାରସୁଗାଡରୁ ୯, ନୂଆପଡାରୁ ୭, କୋରାପୁଟରୁ ୬, ବୌଦ୍ଧ ଓ ଗଜପତିରୁ ୫ଜଣ ଲେଖାଏଁ , ବଲାଙ୍ଗୀରୁ ଓ ଦେବଗଡ଼ରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୫୫ହଜାର ୯୭୪ ଥିବା ବେଳେ ମୋଟ୍ ସୁସ୍ଥ ହୋଇଛନ୍ତି ୯ଲକ୍ଷ ୩୦ହଜାର ୪୧୮। ଆକ୍ଟିଭ କେସ୍ ୨୦ହଜାର ୩୮୭।