ରାଜ୍ୟସ୍ୱାସ୍ଥ୍ୟ

ଆସିଲା ୩୮ ହଜାର ଡୋଜ୍ କୋଭାକ୍ସିନ୍ ଟିକା

ସତ୍ୟଶିଖା(ଭୁବନେଶ୍ୱର) ୧୩.୦୭.୨୦୨୧:  କରୋନାକୁ ମାତ ଦେବା ପାଇଁ ସରକାର ଟିକାକରଣ ଅଭିଯାନକୁ ଜୋରଦାର କରୁଥିବାବେଳେ ଟିକା ଅଭାବ ଏଥିରେ ବାଧକ ସାଜିଛି ।    ଟିକା ମିଳୁନଥିବାରୁ ଗତ କିଛି ଦିନ ହେଲା ବିଭିନ୍ନ ଜିଲ୍ଲାରେ ଟିକାକରଣକୁ ବନ୍ଦ ରଖାଯାଉଛି । ଏହି କ୍ରମରେ ଆଜି ମଧ୍ୟ ୧୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରଖାଯାଇଥିବା ଜଣାଯାଇଛି । 

ତେବେ ଏହାରି ଭିତରେ  ରାଜ୍ୟକୁ ଆସିଲା ୩୮ ହଜାର ଡୋଜ୍ କୋଭାକ୍ସିନ୍ ଟିକା। ଗତକାଲି ୩ ଲକ୍ଷ ୧୬ ହଜାର ୪୫୦ ଡୋଜ୍ କୋଭିସିଲ୍ଡ ଟିକା ଆସିଥିଲା। ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ ଲକ୍ଷ ୪୯ ହଜାର ୯୩୦ ଡୋଜ୍ କୋଭିସିଲ୍ଡ ଟିକା ମହଜୁଦ ଥିବା ବେଳେ ୩ ଲକ୍ଷ ୯ ହଜାର ୫୩୦ କୋଭାକ୍ସିନ୍ ଟିକା ମହଜୁଦ ଅଛି।

ସେପଟେ ରାଜ୍ୟରେ କୋଭିସିଲ୍ଡ ଟିକା ଅଭାବ ପାଇଁ ଆଜି ୧୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି। ଅନୁଗୁଳ, ବାଲେଶ୍ୱର, ଦେବଗଡ଼, ଢେଙ୍କାନାଳ, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ୍‌, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା ଓ ସମ୍ବଲପୁରରେ ଟିକାକରଣ ବନ୍ଦ ରହିଛି। ମାତ୍ର ୯୭ଟି ଟିକାକରଣ କେନ୍ଦ୍ରରେ ଟିକାକରଣ ହେଉଛି।

Show More
Back to top button