ବିଦେଶ

ସାଉଦି ରାଜପରିବାର ୧୫୦ ସଦସ୍ୟ କରୋନା ଆକ୍ରାନ୍ତ: ରିପୋର୍ଟ

ରିୟାଦ୍‌: ସାଉଦି ଆରବର ୧୫୦ ରାଜ ପରିବାର ସଦସ୍ୟ କରୋନା ଆକ୍ରାନ୍ତ ହୋଇଥିବା କୁହାଯାଉଛି। ଏହି ରିପୋର୍ଟ ଅନୁଯାୟୀ, ସାଉଦି ପ୍ରିନ୍ସ ଫୈଜଲ୍‌ ବିନ୍‌ ବନ୍ଦର ବିନ୍‌ ଅବ୍‌ଦୁଲ୍ଲାଜିଜ୍‌ ଅଲ୍‌ ସାଉଦ୍‌ ବର୍ତ୍ତମାନ ଆଇସିୟୁରେ ଅଛନ୍ତି।

ଆହୁରି ପଢ଼ନ୍ତୁ

ପ୍ରମୁଖ ସମ୍ବାଦପତ୍ର ‘ଦି ନ୍ୟୁ ୟର୍କ ଟାଇମ୍ସ’ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କିଙ୍ଗ ଫେଜଲ ସ୍ପେଶାଲ ହସ୍ପିଟାଲର ଡାକ୍ତର ଷ୍ଟାଫ୍‌ଙ୍କୁ ଏନେଇ ହାଇ ଆଲର୍ଟ ଜାରି କରାଯାଇଛି। ଏମାନେ ୫୦୦ ବେଡ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଏକ ନିର୍ଦ୍ଦେଶରେ କୁହାଯାଇଛି, ସାରା ଦେଶରୁ ଭିଆଇପିଙ୍କ ପାଇଁ ପ୍ରସ୍ତୁତ ରୁହ। ମଙ୍ଗଳବାର ରାତିରେ ଏହି ବାର୍ତ୍ତା ଦିଆଯାଇଛି। ତେବେ କେତେ ଆକ୍ରାନ୍ତ ପ୍ରକୃତରେ ଏହି ହସ୍ପିଟାଲକୁ ଆସିବେ ତାହା ଏଯାଏ ସ୍ପଷ୍ଟ କରି କୁହାଯାଇନି। କେବଳ ହାଇ ଆଲର୍ଟରେ ରହିବାକୁ କୁହାଯାଇଛି। ଅନ୍ୟ ରୋଗୀମାନଙ୍କୁ ଅନ୍ୟ ହସ୍ପିଟାଲ ନେବାକୁ ବ୍ୟବସ୍ଥା କରାଯିବ। କେବଳ ଅତି ଜରୁରୀକାଳୀନ କ୍ଷେତ୍ରରେ ଏହି ହସ୍ପିଟାଲରେ ରୋଗୀ ରହିପାରିବେ ବୋଲି କୁହାଯାଇଛି।

[ad_2]
Show More
Back to top button