ଦେଶରାଜନୀତି

ୟୁପି ପୌର ନିର୍ବାଚନରେ ବିଜେପିର ବାଜିମାତ

ସତ୍ୟଶିଖା(ୟୁପି) ୦୫ .୦୭.୨୦୨୧: ୟୁପିରେ ପୌର ନିର୍ବାଚନରେ ବିଜେପିକୁ ଆଶାତୀତ ସଫଳତା ମିଳିଛି । ରାଜ୍ୟର ୭୫ଟି ଜିଲ୍ଲା ମଧ୍ୟରୁ ବିଜେପି ୬୭ଟି ଜିଲ୍ଲାରେ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ପଦ ହାସଲ କରିଛି । ପୌର ନିର୍ବାଚନର ଫଳାଫଳ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ପାଇଁ ବିଫଳତା ଆଣିଦେଇଛି । ତାଙ୍କ ଦଳ କେବଳ ୬ଟି ଅଧ୍ୟକ୍ଷ ପଦ ଜିତିବାରେ ସଫଳ ହୋଇଛି । ୨୦୨୨ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଉଥିବାବେଳେ ଏହା ବିଜେପି ପାଇଁ ଏକ ଶୁଭ ସଙ୍କତ ବୋଲି କୁହାଯାଉଛି ।

Show More
Back to top button