

ସତ୍ୟଶିଖା(ଭୁବନେଶ୍ୱର) ୦୫ .୦୭.୨୦୨୧: ସଟଡାଉନରେ ବୁଲୁଥିଲେ, ସାବଧାନ ଅମାନିଆ । ଏଥର ଅମାନିଆଙ୍କୁ ଫାଇନ୍ ନୁହେଁ, ହେବ କୋଭିଡ଼ ଟେଷ୍ଟ । ସଟଡାଉନରେ ବୁଲାବୁଲି କରୁଥିବା ଅମାନିଆଙ୍କ ଫାଇନ ଆଦାୟ ନ କରି କରାଯାଉଛି କୋଭିଡ଼ ଆଣ୍ଟିଜେନ ଟେଷ୍ଟ । ପ୍ରଥମଥର ପାଇଁ ବିଏମସି ଉତ୍ତର ଜୋନ ଜେଡିସିଙ୍କ ପକ୍ଷରୁ ଏହି ଉଦ୍ୟମ ଆରମ୍ଭ ହୋଇଛି । ଗଜପତି ନଗର ଅଞ୍ଚଳରେ ଏହି ଟେଷ୍ଟ କାରାଯାଉଛି । ୩୦୦ ଜଣ ଲୋକଙ୍କ ଆଣ୍ଟିଜେନ ଟେଷ୍ଟ କରାଯିବାର ଲକ୍ଷ୍ୟ ରହିଛି । ଏହାସହ ଅଧିକରୁ ଅଧିକ ଟେଷ୍ଟିଂ ମଧ୍ୟ ହୋଇପାରିବ ବୋଲି ବିଏମସି ଅଧିକାରୀ କହିଛନ୍ତି । ବିଏମସିର ଏହି ପଦକ୍ଷେପକୁ ଲୋକେ ମଧ୍ୟ ସ୍ୱାଗତ କରିଛନ୍ତି । ସେହିପରି ଅନ୍ୟ ଅଞ୍ଚଳରେ ମଧ୍ୟ ଏମିତି ଟେଷ୍ଟ କରିବା ପାଇଁ ଲୋକେ ବିଏମସିକୁ ପରାମର୍ଶ ଦେଇଛନ୍ତି ।