ଶିକ୍ଷା

ମାଟ୍ରିକ ଅଫ୍‌ଲାଇନ୍ ପରୀକ୍ଷା : ଆଜିଠୁ ଅନଲାଇନ୍‌ରେ ଆବେଦନ

ସତ୍ୟଶିଖା(ଭୁବନେଶ୍ୱର) ୦୫ .୦୭.୨୦୨୧:  ଆଜିଠୁ ମାଟ୍ରିକ ଅଫଲାଇନ୍‌ ପରୀକ୍ଷା ପାଇଁ ଆରମ୍ଭ ହେଉଛି ଅନ୍‌ଲାଇନ୍‌ ଫର୍ମ ଫିଲଅପ୍‌। ପରୀକ୍ଷାଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଏହାର ସୁଯୋଗ ନେଇପାରିବେ। ଚଳିତ ବର୍ଷ ଫର୍ମ ପୂରଣ ଲାଗି  କୌଣସି ଫି ଦେବାକୁ ପଡ଼ିବ ନାହିଁ । ଆସନ୍ତା ୧୪ ତାରିଖ ସୁଦ୍ଧା ଫର୍ମ ଫିଲଅପ୍ ଶେଷ କରିବା ଲାଗି ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି  ।

ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏଁ ପରୀକ୍ଷା ହେବ। ପରୀକ୍ଷାର ୧୫ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ କରାଯିବ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।    ଅଫ୍ ଲାଇନରେ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କ ପାଇଁ ଯୁକ୍ତ ୨ରେ ନାମଲେଖା ସମସ୍ୟା ହେବନି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ,  ମହାମାରୀ କରୋନା ପାଇଁ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷା ହୋଇନଥିଲା। ସେଥିପାଇଁ ବିନା ପରୀକ୍ଷାରେ ଗତ ୨୫ ତାରିଖରେ ମାଟ୍ରିକ୍‌ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଏଥର ୯୭.୮% ଛାତ୍ରଛାତ୍ରୀ ପାସ୍ କରିଥିଲେ। ମୋଟ ୫, ୭୪, ୧୨୫ ପିଲାଙ୍କର ମୂଲ୍ୟାୟନ କରାଯାଇଥିଲା। ସେଥିରୁ ୫,୬୨,୦୧୦ ଜଣ ପାସ୍ କରିଥିଲେ। ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ବେଳେ  ୪୪୧୨ ପିଲା ଅନୁପସ୍ଥିତ ରହିଥିଲେ।

Show More
Back to top button