

- ସତ୍ୟଶିଖା(ଲକ୍ଷ୍ନୌ) ୦୩ .୦୭.୨୦୨୧: ଉତ୍ତରାଖଣ୍ଡରେ ରାଜନୈତିକ ସଙ୍କଟ ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତ ଇସ୍ତଫା ଆଜି ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିବେ । ଏ ନେଇ ସେ ଗୁରବାର ରାତିରେ ଗଣମାଧ୍ୟମକୁ ସମ୍ବୋଧନ କରିବା ଅବସରରେ କହିଛନ୍ତି । ଆଜି ଅପରାହ୍ଣ ସମୟରେ ବିଧାନମଣ୍ଡଳର ବୈଠକ ଆହ୍ୱାନ କରାଯାଇଛି । ଏହି ବୈଠକରେ ବିଧାନମଣ୍ଡଳର ନୂଆ ନେତା ଚୟନ କରାଯିବା ନେଇ ସେ ସୂଚନା ଦେଇଛନ୍ତି । ବିଧାନସଭାର ସମସ୍ତ ସଦସ୍ୟଙ୍କୁ ଆଜି ୧୧ ଘଟିକା ସୁଦ୍ଧା ଲକ୍ଷ୍ନୌ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ତୀରଥ ସିଂଙ୍କୁ ବିଜେପିର ହାଇକମାଣ୍ଡ ବୁଧବାରକୁ ଦିଲ୍ଲୀ ଡକାଇଥିଲେ । ସେ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ । ଗତ ଏକ ସପ୍ତାହ ଧରି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି କି ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ବଦଳାଯାଇପାରନ୍ତି । କିନ୍ତୁ ଏହା ପଛରେ ସାମ୍ବିଧାନିକ ବାଧ୍ୟବାଧକତା ରହିଛି ।
ମୁଖ୍ୟମନ୍ତ୍ରୀ ତୀରଥ ସିଂ ବିଧାନସଭାର କୌଣସି ଗୃହରେ ସଦସ୍ୟ ନାହାନ୍ତି । ବିଧାନସଭା ନିର୍ବାଚନ ଏକ ବର୍ଷରୁ କମ୍ ସମୟ ରହିଥବାରୁ ନିୟମ ଅନୁସାରେ ରାଜ୍ୟରେ ଉପନିର୍ବାଚନ କରାଯାଇପାରିବ ନାହିଁ । ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ସତପାଲ ମହାରାଜ, ଧନ ସିଂ ସମେତ ଅନ୍ୟ ୪ ଜଣ ବରିଷ୍ଠ ବିଧାୟକଙ୍କ ନାମ ଚର୍ଚ୍ଚାରେ ରହିଛି । ଆସନ୍ତା କାଲି ଅପରାହ୍ଣ ତନି ଘଟିକାରେ ବିଧାୟକ ଦଳର ବୈଠକ ଆହ୍ୱାନ କରାଯିବ ବୋଲି ସେ ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଉଛନ୍ତି । ସୂଚନାଯୋଗ୍ୟ ଯେ ଉତ୍ତରାଖଣ୍ଡ ବିଧାନସଭା ଇତିହାସରେ ବିଗତ ୨୦ ବର୍ଷରେ ୮ ଜଣ ମୁଖ୍ୟମନ୍ତ୍ରୀ ରହିଛନ୍ତି । ୯ ନଭେମ୍ବର ୨୦୨୦କୁ ସ୍ୱତନ୍ତ୍ର ରାଜ୍ୟଭାବେ ମାନ୍ୟତା ପାଇଥିବା ଉତ୍ତରାଖଣ୍ଡରେ କେବଳ ଏନ୍ ଡି ତିୱାରୀ ୫ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହିପାରିଥିଲେ ।