ରାଜ୍ୟସ୍ୱାସ୍ଥ୍ୟ

ପୁଣି ୩ ହଜାର ଡେଇଁଲା ସଂକ୍ରମଣ

ସତ୍ୟଶିଖା(ଭୁବନେଶ୍ୱର) ୩୦ .୦୬.୨୦୨୧: ଗତକାଲି ୩ ହଜାର ତଳକୁ ଖସିଥିବା ଦୈନିକ ସଂକ୍ରମଣ ଆଜି ପୁଣି ଉପରମୁହାଁ ହୋଇଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୩, ୩୭୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୯୨୨, ଲୋକାଲ କେସ୍ ୧୪୪୯ ଚିହ୍ନଟ ହୋଇଛନ୍ତି।

ଖୋର୍ଦ୍ଧାରୁ ସର୍ବାଧିକ ୫୩୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ଅନୁଗୁଳରୁ ୯୩,   ବାଲେଶ୍ୱରରୁ ୨୫୮, ବରଗଡ଼ରୁ ୩୫, ଭଦ୍ରକରୁ ୧୭୬, ବଲାଙ୍ଗିରରୁ ୧୨, ବୌଦ୍ଧରୁ ୧୯, କଟକରୁ ୪୬୮, ଦେବଗଡ଼ରୁ ୩, ଢେଙ୍କାନାଳରୁ ୫୮, ଗଜପତିରୁ ୧୨, ଗଞ୍ଜାମରୁ ୨୧, ଜଗତସିଂହପୁରରୁ ୧୩୫, ଯାଜପୁରରୁ ୨୧୦, ଝାରସୁଗୁଡ଼ାରୁ ୧୫, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୨୯, କେନ୍ଦ୍ରାପଡ଼ାରୁ ୨୧୯ ଓ କେନ୍ଦୁଝରରୁ  ୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମାଲକାନଗିରିରୁ ୮୦, କୋରାପୁଟରୁ ୫୨, ମୟୂରଭଞ୍ଜ ୨୨୨, ନବରଙ୍ଗପୁର ୩୪,  ନୟାଗଡ଼ ୧୩୫, ନୂଆପଡ଼ା ୮, ପୁରୀ ୧୯୩, ରାୟଗଡ଼ା ୫୯, ସମ୍ବଲପୁର ୨୮, ସୋନପୁର ୨୨,  ସୁନ୍ଦରଗଡ଼ ୭୨ ଓ ଷ୍ଟେଟ ପୁଲ୍‌ରୁ ୯୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Show More
Back to top button