

ସତ୍ୟଶିଖା(ବାଲେଶ୍ୱର) ୨୮.୦୬.୨୦୨୧: ଅଗ୍ନି ସିରିଜର ଆଉ ଏକ ମିଜାଇଲର ସଫଳ ବ୍ୟବହାରିକ ପରୀକ୍ଷଣ ସୋମବାର ହୋଇଛି। ଅଗ୍ନି-୧ ପ୍ରାଇମ ନାମରେ ନାମିତ ଏହି ମିଜାଇଲ୍ର ବ୍ୟବହାରିକ ପରୀକ୍ଷଣ ଚାନ୍ଦିପୁର ୪ ନମ୍ବର ଲଞ୍ଚପ୍ୟାଡ୍ରୁ ୧୦ଟା ୫୫ ମିନିଟ୍ରେ ପରୀକ୍ଷଣ ହୋଇଛି । ଏହାର ଲକ୍ଷ୍ୟଭେଦ କ୍ଷମତା ୧ ହଜାରରୁ ଦେଢ଼ ହଜାର କିଲୋମିଟର ରହିଛି ।
ଅଗ୍ନି-୧ ପ୍ରାଇମ ମିଜାଇଲ୍ ଅଗ୍ନି-୧ର ଏକ ଉନ୍ନତ ସଂସ୍କରଣ। ହଜାରେ କେଜି ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି ଅଗ୍ନି-୧ ପ୍ରାଇମ୍ ଅଗ୍ନି-୪ ଏବଂ ଅଗ୍ନି-୫ ମିଶାଇଲ୍।
। ଏହା ଭୂପୃଷ୍ଠ କ୍ଷେପଣାସ୍ତ୍ରର ଏକ ପୃଷ୍ଠ ଯାହାକି ପ୍ରାୟ ହଜାରେ କେଜି କିମ୍ବା ଆଣବିକ ଯୁଦ୍ଧ ହେଡ୍ ଧାରଣ କରିପାରିବ | ଆଧୁନିକ ଜ୍ଞାନକୌଶଳ ଆଧାରରେ ଏହି ଅଗ୍ନି ପ୍ରାଇମ ପ୍ରସ୍ତୁତ ହୋଇଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି । କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଯୋଗୁଁ ତିନି ମାସ ଧରି ପରୀକ୍ଷଣ ବନ୍ଦ ରଖିଥିବା ଡିଆରଡିଓ ପୁଣିଥରେ ସକ୍ରିୟ ହୋଇଛି।
ଅଗ୍ନି ପ୍ରାଇମ୍ର ସଫଳ ପରୀକ୍ଷଣ ପରେ ଡିଆରଡିଓ ଇଣ୍ଡିଆ ଟିମ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।