ରାଜ୍ୟ

ଅତ୍ୟାବଶ୍ୟକ ସାମଗ୍ରୀ ବାହାନାରେ ବିକୁଥିଲେ ଅନ୍ୟ ସାମଗ୍ରୀ, ଗଣିଲେ ଜୋରିମାନା

ରାଉରକେଲା (ସତ୍ୟାନନ୍ଦ ମହାନ୍ତି):  ଲକ୍‌ଡାଉନ୍‌ ଗାଇଡ଼ ଲାଇନ୍ସ ଉଲ୍ଲଘଂନ  କରିବା ରାଉରକେଲାର କିଛି ବ୍ୟବସାୟୀଙ୍କୁ ମହଙ୍ଗା ପଡିଛି। ଆଜି ସକାଳେ ଆରଏମସି  ଲକ୍‌ଡାଉନ୍‌ enforcement ଟିମ୍‌ ଓ ମହାନଗର ନିଗମ ଟିମ୍‌ ସହ ବନ ବିଭାଗର କିଛି କର୍ମଚାରୀ ସହରର ବିଭିନ୍ନ ଦୋକାନରେ  ଚଢ଼ଉ କରିଛି ବିଭିନ୍ନ ସାମଗ୍ରୀ ନଷ୍ଟ କରିବା ସହ  ଜୋରିମାନା ଆଦାୟ କରିଛନ୍ତି। 

ରାଉରକେଲା  ମଧୁସୂଦନ ମାର୍ଗରେ ଥିବା ଦୁଇଟି ଦୋକାନ ଉପରେ ଚଢ଼ଉ କରାଯାଇ ବିପୁଳ ପରିମାଣର ମୃଦୁ ପାନୀୟ ରାସ୍ତାରେ ଢାଳି ଦିଆଯାଇଛି । ଏହାଛଡ଼ା  ଲକ୍‌ଡାଉନ୍‌  ଆଇନକୁ ଉଲଂଘନ କରି ବିକ୍ରି କରୁଥିବା ଅନ୍ୟ ସାମଗ୍ରୀଗୁଡିକୁ  ମଧ୍ୟ ନଷ୍ଟ କରି ଦିଆଯାଇଛି ।

ଆହୁରି ପଢ଼ନ୍ତୁ

ସେହିପରି ସହରର ବିର୍ସା ଡାହାର ରୋଡ଼ରେ ଥିବା ଏକ ଦୋକାନ ଉପରେ ଚଢ଼ଉ କରାଯାଇ ବିପୁଳ ପରିମାଣର ସିଗାରେଟ ଏବଂ ଗୁଟକା ପୋଡି ଦିଆଯାଇଥିବା ବେଳେ ୩୦, ୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହାସହ  ସହରର ମୁଖ୍ୟ ମାର୍ଗରେ ଥିବା ଏକ ଦୋକାନ ଉପରେ  ଚଢ଼ଉ କରାଯାଇଛି।  ବେଆଇନ ଭାବେ ସିଗାରେଟ ଏବଂ ଗୁଟକା ବିକ୍ରି କରୁଥିବା ଅଭିଯୋଗରେ ୨୦,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। 

ଲକ୍‌ଡାଉନ୍‌ ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରିକୁ ଅନୁମତି ମିଳିଥିବା ବେଳେ ଏହାର ଫାଇଦା ଉଠାଇ ବହୁ ବ୍ୟବସାୟୀ ଅନୁମତି ମିଳି ନ ଥିବା ବିଭିନ୍ନ ସାମଗ୍ରୀ ବିକ୍ରି କରୁଛନ୍ତି ।

 

[ad_2]
Show More
Back to top button